ଭିଡ଼ ଯୋଗୁ ଅତିଷ୍ଠ ଯାତ୍ରୀ, ଅଟକାଇଦେଲେ ଟ୍ରେନ୍‌

ଭଦ୍ରକ(ପାର୍ଥ ସାରଥୀ ନାୟକ): ଟ୍ରେନ୍‌ ଜାମ୍‌ ଥିବାରୁ ଅତିଷ୍ଠ ହେଲେ ଯାତ୍ରୀ। ନିଜ ଲକ୍ଷ୍ୟପଥରେ ଯିବାକୁ ଟ୍ରେନ୍‌ ଚଢ଼ି ନ ପାରିବାରୁ ଉତ୍ତ୍ୟକ୍ତ ଯାତ୍ରୀ ଟ୍ରେନ୍‌କୁ ଅଟକାଇଦେଲେ। ବାଲେଶ୍ୱର -ଭୁବନେଶ୍ୱର ମେମୁ ଟ୍ରେନକୁ ଆଜି ସକାଳୁ ଦୁଲାଖାପାଟଣା ଷ୍ଟେସନରେ ଅଟକାଇ ରଖିଛନ୍ତି ଯାତ୍ରୀ। ଫଳରେ ଅପ୍‌ଲାଇନରେ ପ୍ରାୟ ଦୁଇ ଘଣ୍ଟା ହେବ ଗାଡି ଚଳାଚଳ  ସମ୍ପୂର୍ଣ ବନ୍ଦ ରହିଛି । ଏଥିସହ ବହୁ ଯାତ୍ରୀ ଅସହ୍ୟ କଷ୍ଟ ଭୋଗୁଛନ୍ତି। ସୂଚନାଯୋଗ୍ୟ,  ବାଲେଶ୍ୱର -ଭୁବନେଶ୍ୱର ମେମୁ ଟ୍ରେନ ଆଜି […]

train

  • Published: Monday, 10 October 2022
  • , Updated: 10 October 2022, 11:30 AM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ଟ୍ରେନ୍‌ ଜାମ୍‌ ଥିବାରୁ ଅତିଷ୍ଠ ହେଲେ ଯାତ୍ରୀ। ନିଜ ଲକ୍ଷ୍ୟପଥରେ ଯିବାକୁ ଟ୍ରେନ୍‌ ଚଢ଼ି ନ ପାରିବାରୁ ଉତ୍ତ୍ୟକ୍ତ ଯାତ୍ରୀ ଟ୍ରେନ୍‌କୁ ଅଟକାଇଦେଲେ। ବାଲେଶ୍ୱର -ଭୁବନେଶ୍ୱର ମେମୁ ଟ୍ରେନକୁ ଆଜି ସକାଳୁ ଦୁଲାଖାପାଟଣା ଷ୍ଟେସନରେ ଅଟକାଇ ରଖିଛନ୍ତି ଯାତ୍ରୀ। ଫଳରେ ଅପ୍‌ଲାଇନରେ ପ୍ରାୟ ଦୁଇ ଘଣ୍ଟା ହେବ ଗାଡି ଚଳାଚଳ  ସମ୍ପୂର୍ଣ ବନ୍ଦ ରହିଛି । ଏଥିସହ ବହୁ ଯାତ୍ରୀ ଅସହ୍ୟ କଷ୍ଟ ଭୋଗୁଛନ୍ତି।

ସୂଚନାଯୋଗ୍ୟ,  ବାଲେଶ୍ୱର -ଭୁବନେଶ୍ୱର ମେମୁ ଟ୍ରେନ ଆଜି ଭୋରୁ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲା। ମଞ୍ଜୁରୀରୋଡ଼ ଷ୍ଟେସନରେ  ଯାତ୍ରୀମାନେ ଟ୍ରେନରେ ଜାଗା ନ ପାଇ ଫେରି ଆସିଥିଲେ ।  ପରେ ଟ୍ରେନ୍‌ଟି ପ୍ରାୟ ୬ଟା୩୦ରେ  ଦୁଲାଖାପାଟଣା ଷ୍ଟେଶନରେ ଅଟକିଥିଲା। ସେଠାରେ ବି ସମାନ ସ୍ଥିତି ଲାଗି ରହିବାରୁ ଦୀର୍ଘ ସମୟରୁ ଛିଡ଼ା ହୋଇଥିବା ଯାତ୍ରୀ ଟ୍ରେନ୍‌ଟିକୁ ଅଟକାଇଦେଲେ।  ରେ ଅସହ୍ୟ ହୋଇ ଯାତ୍ରୀ ମାନେ ଅଟକାଇଥିଲେ.

ଏପରି ଅବ୍ୟବସ୍ଥା ବିରୋଧରେ ସ୍ଥାନୀୟ ଲୋକେ ଓ ଟ୍ରେନ ଯାତ୍ରୀ ଓହ୍ଲାଇ ଗାଡି ଆଗରେ ଧାରଣା ଦେଇଛନ୍ତି । ଟ୍ରେନ୍‌ରେ ବଗି କମ ଥିବାରୁ  ସେମାନେ ଗାଡ଼ିରେ ଯାତାୟତ କରିପାରୁ ନ ଥିବା ଅଭିଯୋଗ ଆଣିଛନ୍ତି । ତେଣୁ ସେମାନେ ଟ୍ରେନରେ ଅଧିକ ବଗି ଦାବି କରିଛନ୍ତି।

ଟ୍ରେନ୍‌ଟି ଦୀର୍ଘ ସମୟ ଅପ୍‌ଲାଇନରେ ଅଟକି ରହିବା କାରଣରୁ  ପ୍ରାୟ ଦୁଇ ଘଣ୍ଟା ହେବ ଗାଡି ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି । ଏଥିଯୋଗୁ ବିଭିନ୍ନ ଷ୍ଟେସନରେ ଯାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଏହି ସମସ୍ୟାର ସମାଧାନ ନିମନ୍ତେ ରେଲୱେ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇ ନ ଥିବା ଜଣାଯାଇଛି।

Related story