ଶତାବ୍ଦୀ ଏକ୍ସପ୍ରେସରେ ଜଳଖିଆ ଖାଇ ୩୦ରୁ ଅଧିକ ଯାତ୍ରୀ ଅସୁସ୍ଥ

ଭୂବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀରୁ ହାୱଡା ଯାଉଥିବା ଶତାବ୍ଦୀ ଏକ୍ପପ୍ରେସରେ ଜଳଖିଆ ଖାଇ ୩୦ରୁ ଅଧିକ ଯାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ବେଲଦା ଷ୍ଟେସନ ନିକଟରେ ଜଣେ ଶିଶୁଙ୍କ ସମେତ ଚାରି ଯାତ୍ରୀ ଅସୁସ୍ଥ ଅନୁଭବ କରିବା ସହ ବାନ୍ତି କରି ହଠାତ୍ ଗୁରୁତର ହୋଇପଡ଼ିଥିଲେ ଟ୍ରେନ ଖଡ଼ଗପୁର ଷ୍ଟେସନରେ ପହଞ୍ଚିବା ପରେ ଅସୁସ୍ଥ ଥିବା ୧୫ଜଣ ଯାତ୍ରୀଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା। ଏଥିପାଇଁ ଟ୍ରେନଟି ଖଡ଼ଗପୁର ଷ୍ଟେସନରେ ପ୍ରାୟ ଏକ ଘଣ୍ଟା ଧରି ଅଟକି ରହିଥିଲା। ପରେ ଆଉ […]

vlcsnap-4117-08-11-19h57m56s982

Rakesh Mallick
  • Published: Thursday, 24 May 2018
  • , Updated: 24 May 2018, 01:26 PM IST

ଭୂବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀରୁ ହାୱଡା ଯାଉଥିବା ଶତାବ୍ଦୀ ଏକ୍ପପ୍ରେସରେ ଜଳଖିଆ ଖାଇ ୩୦ରୁ ଅଧିକ ଯାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ବେଲଦା ଷ୍ଟେସନ ନିକଟରେ ଜଣେ ଶିଶୁଙ୍କ ସମେତ ଚାରି ଯାତ୍ରୀ ଅସୁସ୍ଥ ଅନୁଭବ କରିବା ସହ ବାନ୍ତି କରି ହଠାତ୍ ଗୁରୁତର ହୋଇପଡ଼ିଥିଲେ

ଟ୍ରେନ ଖଡ଼ଗପୁର ଷ୍ଟେସନରେ ପହଞ୍ଚିବା ପରେ ଅସୁସ୍ଥ ଥିବା ୧୫ଜଣ ଯାତ୍ରୀଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା। ଏଥିପାଇଁ ଟ୍ରେନଟି ଖଡ଼ଗପୁର ଷ୍ଟେସନରେ ପ୍ରାୟ ଏକ ଘଣ୍ଟା ଧରି ଅଟକି ରହିଥିଲା। ପରେ ଆଉ ୧୫ଜଣ ଯାତ୍ରୀ ମଧ୍ୟ ଅସୁସ୍ଥ ଅନୁଭବ କରିଥିବା ଅଭିଯୋଗ କରିଥିଲେ। ସମସ୍ତ ଅସୁସ୍ଥ ଯାତ୍ରୀ ସି-୨ ବଗିରେ ଯାତ୍ରା କରୁଥିଲେ। ଘଟଣା ପରେ ଆଇଆରସିଟିସି ପକ୍ଷରୁ ଖାଦ୍ୟର ମାନ ଯାଞ୍ଚ ପାଇଁ ପଠାଯାଇଛି। ଗତକାଲି ସକାଳ ୫ଟା ୪୫ରେ ପୁରୀ ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ ଭୁବନେଶ୍ୱର ଷ୍ଟେସନ ଛାଡିଥିଲା।

Related story