ଏବେ ମାତ୍ର ୪ଦିନରେ ପୁଲିସ କରୁଛିି ପାସପୋର୍ଟ ଭେରିଫିକେସନ୍: ଡିଜିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପାସ୍‌ପୋର୍ଟ ଆବେଦନକାରୀଙ୍କୁ ଆଉ ପୁଲିସ ଭେରିଫିକେସନ୍ ନିମନ୍ତେ ବେଶୀଦିନ ଅପେକ୍ଷା କରିବାକୁ ପଡ଼ୁନାହିଁ। ପୂର୍ବ ତୁଳନାରେ ଏବେ ଖୁବ୍ କମ୍ ସମୟ ମଧ୍ୟରେ ଏହି ଭେରିଫିକେସନ୍ କାର୍ଯ୍ୟ ସମ୍ଭବପର ହୋଇପାରୁଛି ଓ ସେପ୍ଟେମ୍ବର ମାସରେ ହାରାହାରି ୪ଦିନରେ ପାସପୋର୍ଟ ଭେରିଫିକେସନ୍ କାର୍ଯ୍ୟ ହୋଇଛି ବୋଲି ପୁଲିସ ଡିଜି ଅଭୟ କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡିଜି ଅଭୟ କହିଛନ୍ତି ଯେ, ଚଳିତବର୍ଷ ଆରମ୍ଭରେ ପାସପୋର୍ଟ ଭେରିଫିକେସନ୍ ନିମନ୍ତେ ଓଡ଼ିଶା ପୁଲିସକୁ ବେଶ୍ କିଛି […]

DGP Abhaya

DGP Abhaya

Ordigital Desk
  • Published: Saturday, 02 October 2021
  • Updated: 02 October 2021, 08:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପାସ୍‌ପୋର୍ଟ ଆବେଦନକାରୀଙ୍କୁ ଆଉ ପୁଲିସ ଭେରିଫିକେସନ୍ ନିମନ୍ତେ ବେଶୀଦିନ ଅପେକ୍ଷା କରିବାକୁ ପଡ଼ୁନାହିଁ। ପୂର୍ବ ତୁଳନାରେ ଏବେ ଖୁବ୍ କମ୍ ସମୟ ମଧ୍ୟରେ ଏହି ଭେରିଫିକେସନ୍ କାର୍ଯ୍ୟ ସମ୍ଭବପର ହୋଇପାରୁଛି ଓ ସେପ୍ଟେମ୍ବର ମାସରେ ହାରାହାରି ୪ଦିନରେ ପାସପୋର୍ଟ ଭେରିଫିକେସନ୍ କାର୍ଯ୍ୟ ହୋଇଛି ବୋଲି ପୁଲିସ ଡିଜି ଅଭୟ କହିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡିଜି ଅଭୟ କହିଛନ୍ତି ଯେ, ଚଳିତବର୍ଷ ଆରମ୍ଭରେ ପାସପୋର୍ଟ ଭେରିଫିକେସନ୍ ନିମନ୍ତେ ଓଡ଼ିଶା ପୁଲିସକୁ ବେଶ୍ କିଛି ସପ୍ତାହ ସମୟ ଲାଗୁଥିଲା। ପାସପୋର୍ଟ ଅଥରିଟିଙ୍କ ତଥ୍ୟ ଅନୁସାରେ ପୁଲିସ ଭେରିଫିକେସନ୍ ପାଇଁ ଓଡ଼ିଶାରେ ୨୦୧୫ରେ ୩୮ଦିନ, ୨୦୧୬ ମସିହାରେ ୯୦ଦିନ, ୨୦୧୭ରେ ୯୯ ଦିନ, ୨୦୧୮ ମସିହାରେ ହାରାହାରି ୨୬ଦିନ, ୨୦୧୯ରେ ୨୬ଦିନ ଓ ୨୦୨୦ରେ ୩୬ଦିନ ଅବଧି ଲାଗୁଥିଲା । ଅବଶ୍ୟ ୨୦୨୦ରେ କରୋନା ଯୋଗୁ ଯାଂଚ ଅବଧି ବୃଦ୍ଧି ପାଇଥିଲା। ତେବେ ପାସପୋର୍ଟ ଭେରିଫିକେସନ୍ କାର୍ଯ୍ୟ ଏବେ ଫାଇଭ-ଟି ଅନ୍ତର୍ଗତ ଆସିବା ପରେ ପୁଲିସର କାର୍ଯ୍ୟ ଗତିଶୀଳ ହୋଇଛି। ସମସ୍ତ ଥାନାକୁ ଟାବଲେଟ୍ ଦିଆଯାଇଛି, ଯାହାଫଳରେ ଅନଲାଇନରେ ଏହି ଭେରିଫିକେସନ୍ କାର୍ଯ୍ୟ କମ୍ ଅବଧି ମଧ୍ୟରେ ହୋଇପାରୁଛି। ପାସପୋର୍ଟ ଭେରିଫିକେସନ୍ ପାଇଁ ଏକ ମୋବାଇଲ ଆପ୍ ରହିଛି, ଯାହାକୁ ସ୍ପେଶାଲ ବ୍ରାଂଚ ତଦାରଖ କରିବା ସହ ଗାଇଡ୍ ମଧ୍ୟ କରୁଛି । ଫାଇଭ-ଟି କାରଣରୁ ପାସପୋର୍ଟ ଭେରିଫିକେସନ୍ କାର୍ଯ୍ୟ ଗତିଶୀଳ ହୋଇଛି । ଏହି ଯାଂଚ ପାଇଁ ଆଉ ଅଧିକ ଦିନ ଲାଗୁନି।

୨୦୨୧ ମସିହା ଅଗଷ୍ଟ ମାସରେ ପାସପୋର୍ଟ ଭେରିଫିକେସନ୍ ପାଇଁ ହାରାହାରି ୬ଦିନ ସମୟ ଲାଗୁଥିବାବେଳେ ସେପ୍ଟେମ୍ବର ପ୍ରଥମ ୧୫ ଦିନରେ ଏହି ଭେରିଫିକେସନ୍ ଅବଧି ହାରାହାରି ୪ଦିନକୁ ହ୍ରାସ ପାଇଛି। ଏହା ସମଗ୍ର ଦେଶରେ ସବୁଠୁ ଭଲ ପ୍ରଦର୍ଶନ । ଥାନାସ୍ତରରେ କାର୍ଯ୍ୟରତ ଅଫିସର, ଜିଲ୍ଲା ଏସପି ଓ ସ୍ପେଶାଲ ବ୍ରାଂଚକୁ ଏଥିପାଇଁ ଡିଜିପି ପ୍ରଶଂସା କରିବା ସହ ଆଗାମୀ ଦିନରେ ପାସପୋର୍ଟ ଭେରିଫିକେସନ୍ ଯାଂଚ ଅବଧିକୁ ଆହୁରି ହ୍ରାସ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଡିଜିପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos