ପାଟଣାଗଡ: ଗଛରେ ବାଇକ୍ ପିଟି ହୋଇ ଜଣେ ମୃତ

ପାଟଣାଗଡ:  ପାଟଣାଗଡ ଖପ୍ରାଖୋଲ ନିକଟ ଜୁଗିମୁଣ୍ଡାରେ ଗଛରେ ପିଟି ହୋଇ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ନେନାବନ୍ଧ ଗାଁର ରମେଶ ମାଝି। ନେନାବନ୍ଧରୁ ଜୁଗିମୁଣ୍ଡା ଯାଉଥିବା ବେଳେ ତାଙ୍କ ବାଇକ୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

accident

Rakesh Mallick
  • Published: Thursday, 30 July 2015
  • , Updated: 30 July 2015, 01:18 PM IST

Related story