ପାଟଣାଗଡ଼: ଆଦିବାସୀ ମହିଳାଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଶୋଭାଯାତ୍ରା

ପାଟଣାଗଡ଼: ପାଟଣାଗଡ଼ ଖପ୍ରାଖୋଲ ବ୍ଲକରେ  ଆଦିବାସୀଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ବଢ଼ିଚାଲିଥିବା ବେଳେ  ଗତ ୨୧ ତାରିଖରେ ଜମୁନା ଗାଁର ବରିହା ନାମକ ଜଣେ ଯୁବତୀ ହଠାତ୍ ନିଖୋଜ ହୋଇଯାଇଥିଲେ। ନିଖୋଜ ଯୁବତୀଙ୍କ ପରିବାର ଲୋକ ଖପ୍ରାଖୋଲ ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୋଲିସ  ଘଟଣାର ତଦନ୍ତ ଆରମ୍ଭ କରିଥିଲା। ନିଖୋଜ ଯୁବତୀଙ୍କ ମୃତ ଦେହ ୨୫ ତାରିଖ ଦିନ ଖପ୍ରାଖୋଲ ଅନ୍ତର୍ଗତ ଡୁଡୁମଦରା ଗାଁ କେନ୍ଦୁପତ୍ର ଫଡି ନିକଟରୁ ଉଦ୍ଧାର କରାଯାଇଥିଲା। ଘଟଣାକୁ ୬ ଦିନ […]

patanagarha

Rakesh Mallick
  • Published: Tuesday, 01 September 2015
  • , Updated: 01 September 2015, 07:36 AM IST

ପାଟଣାଗଡ଼: ପାଟଣାଗଡ଼ ଖପ୍ରାଖୋଲ ବ୍ଲକରେ  ଆଦିବାସୀଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ବଢ଼ିଚାଲିଥିବା ବେଳେ  ଗତ ୨୧ ତାରିଖରେ ଜମୁନା ଗାଁର ବରିହା ନାମକ ଜଣେ ଯୁବତୀ ହଠାତ୍ ନିଖୋଜ ହୋଇଯାଇଥିଲେ। ନିଖୋଜ ଯୁବତୀଙ୍କ ପରିବାର ଲୋକ ଖପ୍ରାଖୋଲ ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୋଲିସ  ଘଟଣାର ତଦନ୍ତ ଆରମ୍ଭ କରିଥିଲା। ନିଖୋଜ ଯୁବତୀଙ୍କ ମୃତ ଦେହ ୨୫ ତାରିଖ ଦିନ ଖପ୍ରାଖୋଲ ଅନ୍ତର୍ଗତ ଡୁଡୁମଦରା ଗାଁ କେନ୍ଦୁପତ୍ର ଫଡି ନିକଟରୁ ଉଦ୍ଧାର କରାଯାଇଥିଲା। ଘଟଣାକୁ ୬ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲିସ  କାହାକୁ ଗିରଫ କରିନାହିଁ। ଏହାର ପ୍ରତିବାଦରେ ଆଜି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଶତାଧିକ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ଯାଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ। ଆଗାମୀ ଦିନରେ ହତ୍ୟାକାରୀକୁପ୩ ଧରାନଗଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଧମକ ଦେଇଛନ୍ତି।

 

 

 

Related story