ପାଟଣାଗଡ଼ରେ ପୁଣି ବ୍ୟାପିଛି ଜଣ୍ଡିସ୍: ୨୫ ଆକ୍ରାନ୍ତ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ସହରରେ ଧୀରେ ଧୀରେ ବ୍ୟାପୁଛି ଜଣ୍ଡିସ୍। ଚାରି ମାସ ପରେ ପୁଣି ଥରେ ସହରକୁ ଜଣ୍ଡିସ୍ ଫେରିଛି। ସହରର ୪ଟି ୱାର୍ଡରେ ବର୍ତମାନ ୨୫ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୧୦ ଜଣ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଆଉ କିଛି ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ୪ ମାସ ତଳେ ପାଟଣାଗଡ଼ରେ ଶତାଧିକ ଲୋକ ଜଣ୍ଡିସରେ ଆକ୍ରନ୍ତ ହୋଇଥିଲେ। ସେତେବେଳେ ଜିଲ୍ଲା ସ୍ତରୀୟ ପ୍ରଶାସନିକ […]

patanagadamedical

Rakesh Mallick
  • Published: Monday, 31 August 2015
  • , Updated: 31 August 2015, 05:54 AM IST

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ସହରରେ ଧୀରେ ଧୀରେ ବ୍ୟାପୁଛି ଜଣ୍ଡିସ୍। ଚାରି ମାସ ପରେ ପୁଣି ଥରେ ସହରକୁ ଜଣ୍ଡିସ୍ ଫେରିଛି। ସହରର ୪ଟି ୱାର୍ଡରେ ବର୍ତମାନ ୨୫ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୧୦ ଜଣ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଆଉ କିଛି ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

୪ ମାସ ତଳେ ପାଟଣାଗଡ଼ରେ ଶତାଧିକ ଲୋକ ଜଣ୍ଡିସରେ ଆକ୍ରନ୍ତ ହୋଇଥିଲେ। ସେତେବେଳେ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଆସି ବିଭିନ୍ନ ପୋଖରୀ, ଭୋସାଗର, ହୀରାସାଗର ବନ୍ଧରେ ବ୍ଲିଚିଂ ପାଉଡ଼ର ପକାଯାଇ ସଫା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତା’ସହିତ ଡ୍ରେନଗୁଡ଼ିକୁ ସଫା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା ବି ଠିକ୍ ଭାବେ କାର୍ଯ୍ୟକାରୀ ହେଲା ନାହିଁ। ତେଣୁ ପୁଣି ସହରରେ ଜଣ୍ଡିସ୍ ବ୍ୟାପିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ପାଟଣାଗଡ଼ ଉପ-ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା ଏକ ବୈଠକ ଡାକି ଜଣ୍ଡିସକୁ ନିୟନ୍ତ୍ରଣ କରିବା ନେଇ ଆଲୋଚନା କରିଥିଲେ।

Related story