ପାଟଣାଗଡ଼: କେନ୍ଦୁପତ୍ର ଫଡ଼ି ପୋଡ଼ିଲେ ଦୁର୍ବୃତ୍ତ

ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକରେ ଦୁଇଟି କେନ୍ଦୁପତ୍ର ଫଡ଼ିକୁ ଆଜି ସକାଳେ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି। ମହରା ପଦର ଓ ଡମନି ମାଲ କେନ୍ଦୁପତ୍ର ଫଡ଼ିରେ ନିଆଁ ଲାଗିଥିବା  ସ୍ଥାନୀୟ ଲୋକେ ଦେଖି  ବନ ବିଭାଗ ହେଡକ୍ୱାଟର ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଡମନି ମାଲରେ ଥିବା କେନ୍ଦୁପତ୍ର ଫଡି ସଂପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ମହରା ପଦରରେ କେନ୍ଦୁପତ୍ର ଫଡି  ଅଧା ପୋଡ଼ି […]

kandu

Rakesh Mallick
  • Published: Saturday, 25 June 2016
  • , Updated: 25 June 2016, 03:49 PM IST

ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକରେ ଦୁଇଟି କେନ୍ଦୁପତ୍ର ଫଡ଼ିକୁ ଆଜି ସକାଳେ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି। ମହରା ପଦର ଓ ଡମନି ମାଲ କେନ୍ଦୁପତ୍ର ଫଡ଼ିରେ ନିଆଁ ଲାଗିଥିବା  ସ୍ଥାନୀୟ ଲୋକେ ଦେଖି  ବନ ବିଭାଗ ହେଡକ୍ୱାଟର ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଡମନି ମାଲରେ ଥିବା କେନ୍ଦୁପତ୍ର ଫଡି ସଂପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ମହରା ପଦରରେ କେନ୍ଦୁପତ୍ର ଫଡି  ଅଧା ପୋଡ଼ି ଯାଇଥିଲା।

ଦୁଇଟି କେନ୍ଦୁପତ୍ର ଫଡ଼ିରେ ୫,୫୦,୯୫୦ କେରି କେନ୍ଦୁପତ୍ର ଗଚ୍ଛିତ ଥିଲା। ଏହାକୁ ୪,୨୩,୬୩୦ ଟଙ୍କାରେ କିଣାଯାଇଥିଲା। ଏହାକୁ ବିକ୍ରି କରିଥିଲେ ରାଜ୍ୟ ସରକାର ରାଜସ୍ୱ ବିଭାଗକୁ ୧୨ ଲକ୍ଷ ଟଙ୍କା ଯାଇଥାନ୍ତା ବୋଲି ପାଟଣାଗଡ଼ ଖଣ୍ଡିୟ ବନ ଅଧିକାରୀ ଯଶୋବନ୍ତ ସେଠୀ କହିଛନ୍ତି।

Related story