ପାଟଣାଗଡ଼ରେ ମାଓ ପୋଷ୍ଟର

ପାଟଣାଗଡ଼: କିଛି ଦିନର ନୀରବତା ପରେ ପୁଣି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି। ପାଟଣାଗଡ଼ଠାରୁ ୨ କିଲୋମିଟର ଦୂର କଣ୍ଟାବାଞ୍ଜି-ପଦ୍ମପୁର ରାସ୍ତାର ଗଙ୍ଗାସାଗର ଗାଁରେ ମାଓ ପୋଷ୍ଟର ଲାଗିଛି ।  ଗାଁ ସ୍କୁଲ ଗେଟରେ ବି ପୋଷ୍ଟର ଲାଗିଛି । ବି.ବି.ଏମ୍  ମାଓବାଦୀ ଡିଭିଜନ ପକ୍ଷରୁ ପୋଷ୍ଟର ଲଗାଯାଇଛି।  ପୋଷ୍ଟର ଓ ବ୍ୟାନରେ ବିଭିନ୍ନ ଦାବି ଉଲ୍ଲେଖ ରହିଛି। ପାଟଣାଗଡ଼ ପୋଲିସ୍ ପୋଷ୍ଟର ଓ ବ୍ୟାନର ଜବତ କରିବା […]

maoposter

Rakesh Mallick
  • Published: Tuesday, 23 May 2017
  • , Updated: 23 May 2017, 12:12 PM IST

ପାଟଣାଗଡ଼: କିଛି ଦିନର ନୀରବତା ପରେ ପୁଣି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି। ପାଟଣାଗଡ଼ଠାରୁ ୨ କିଲୋମିଟର ଦୂର କଣ୍ଟାବାଞ୍ଜି-ପଦ୍ମପୁର ରାସ୍ତାର ଗଙ୍ଗାସାଗର ଗାଁରେ ମାଓ ପୋଷ୍ଟର ଲାଗିଛି ।  ଗାଁ ସ୍କୁଲ ଗେଟରେ ବି ପୋଷ୍ଟର ଲାଗିଛି । ବି.ବି.ଏମ୍  ମାଓବାଦୀ ଡିଭିଜନ ପକ୍ଷରୁ ପୋଷ୍ଟର ଲଗାଯାଇଛି।  ପୋଷ୍ଟର ଓ ବ୍ୟାନରେ ବିଭିନ୍ନ ଦାବି ଉଲ୍ଲେଖ ରହିଛି। ପାଟଣାଗଡ଼ ପୋଲିସ୍ ପୋଷ୍ଟର ଓ ବ୍ୟାନର ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ମାଓ ପୋଷ୍ଟର ଓ ବ୍ୟାନରକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

Related story