ବେଡ୍ ଉପରେ ଚାଲିଛି ରୋଗୀ ଚିକିତ୍ସା, ତଳେ ପଡ଼ିଛି ମୃତଦେହ

କଟକ(ଓଡ଼ିଶା ରିପୋର୍ଟର): ବେଡ୍ ଉପରେ ଚାଲିଛି ରୋଗୀ ଚିକିତ୍ସା, ତଳେ ପଡିଛି ମୃତଦେହ। କଟକ ବଡ଼ ଡାକ୍ତରଖାନା (ଏସ୍‌ସିବି)ର ଏଭଳି ବିକଟ ଚିତ୍ର ଗଣମାଧ୍ୟମରେ ପ୍ରସାରଣ ହେବା ପରେ ତତ୍ପର ହୋଇଛି ପ୍ରଶାସନ। ୨୪ ଘଣ୍ଟା ପରେ ମୃତଦେହକୁ ଉଠାଇ ଶବଗୃହକୁ ନିଆଯାଇଛି। ତେବେ ମୃତଦେହକୁ ନେବା ପାଇଁ ଏଯାଏଁ କେହି ସଂପର୍କୀୟ ଆସିନାହାନ୍ତି। ଆଗକୁ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ହେବନି ସେନେଇ ଉଦ୍ୟମ କରାଯିବ ବୋଲି ଏସସିବି ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ  କହିଛନ୍ତି। […]

SCB

Tapaswini Nayak
  • Published: Saturday, 07 May 2022
  • , Updated: 07 May 2022, 02:44 PM IST

କଟକ(ଓଡ଼ିଶା ରିପୋର୍ଟର): ବେଡ୍ ଉପରେ ଚାଲିଛି ରୋଗୀ ଚିକିତ୍ସା, ତଳେ ପଡିଛି ମୃତଦେହ। କଟକ ବଡ଼ ଡାକ୍ତରଖାନା (ଏସ୍‌ସିବି)ର ଏଭଳି ବିକଟ ଚିତ୍ର ଗଣମାଧ୍ୟମରେ ପ୍ରସାରଣ ହେବା ପରେ ତତ୍ପର ହୋଇଛି ପ୍ରଶାସନ। ୨୪ ଘଣ୍ଟା ପରେ ମୃତଦେହକୁ ଉଠାଇ ଶବଗୃହକୁ ନିଆଯାଇଛି। ତେବେ ମୃତଦେହକୁ ନେବା ପାଇଁ ଏଯାଏଁ କେହି ସଂପର୍କୀୟ ଆସିନାହାନ୍ତି। ଆଗକୁ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ହେବନି ସେନେଇ ଉଦ୍ୟମ କରାଯିବ ବୋଲି ଏସସିବି ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ  କହିଛନ୍ତି।

ଗତକାଲି ସକାଳେ ଭଦ୍ରକ ଅଞ୍ଚଳର ଏହି ରୋଗୀଙ୍କୁ ନେଇ ସମ୍ପର୍କୀୟ ଏସସିବି ଆସିଥିଲେ। ତାଙ୍କୁ କାଜୁଆଲଟିରେ ଭର୍ତ୍ତି କରାଯାଇଥିବା ବେଳେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ତାଙ୍କ ସମ୍ପର୍କୀୟମାନେ ମୃତଦେହ ଛାଡ଼ି ଚାଲି ଯାଇଥିଲେ। ବିଡ଼ମ୍ବନାର ବିଷୟ ଯେ ମୃତଦେହଟି ଗତକାଲିଠାରୁ ବେଡ଼ ତଳେ ପଡିରହିଥିବା ବେଳେ ଏଥିପ୍ରତି କାହାର ନଜର ନଥିଲା। ସେପଟେ ଯେଉଁ ବେଡ୍‌ ତଳେ ମୃତଦେହ ପଡ଼ିଥିଲା ତା’ ଉପରେ ରୋଗୀଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ଡାକ୍ତର ଓ ନର୍ସ ଆସି ରୋଗୀଙ୍କର ଚିକତ୍ସା କରୁଥିଲେ କିନ୍ତୁ ତଳେ ପଡିଥିବା ମୃତଦେହକୁ ଉଠାଇ ନେଉନଥିଲେ। ଘଟଣା ଲୋକଲୋଚନକୁ ଆସିବା ପରେ ଆଜି ସକାଳେ ପ୍ରଶାସନିକ ଅଧିକାରୀ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ଡାକ୍ତରଖାନାରୁ ଶବଗୃହକୁ ନେଇଛନ୍ତି।

ପ୍ରଶାସନିକ ଅଧିକାରୀ କହିଛନ୍ତି, ମୃତକଙ୍କ କେହି ସମ୍ପର୍କୀୟ ତାଙ୍କ ପାଖରେ ନାହାନ୍ତି। ସେଥିପାଇଁ ମୃତଦେହଟିକୁ ଶବଗୃହରେ ରଖାଯିବ। ୪୮ ଘଣ୍ଟା ପରେ ପ୍ରଟୋକଲ ଅନୁସାରେ ଯାହା କରିବା କଥା କରାଯିବ।

Related story