ମୋ ପାଇଁ ଏ ଦ୍ୱାର କାହିଁକି ବନ୍ଦ ? ମୁଁ ବଞ୍ଚିବାକୁ ଚାହେଁ...

କଟକ(ଓଡ଼ିଶା ରିପୋର୍ଟର): କରୋନା ବିଭୀଷିକାରେ ଥରହର ଓଡ଼ିଶା। କେଉଁଠି ଆଚ୍ଛା ଆଚ୍ଛା ଲୋକଙ୍କୁ ଶଯ୍ୟାଶାୟୀ କରିଦେଉଛି, ତ’ ଆଉ କେଉଁଠି ମୁଣ୍ଡ ନେଉଛି ମହାମାରୀ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଭୂତାଣୁ ଭୟଠୁ କିନ୍ତୁ ବଳିଯାଇଛି କର୍କଟ ରୋଗୀଙ୍କ ଯନ୍ତ୍ରଣା । କଟକସ୍ଥିତ ରାଜ୍ୟର ସର୍ବବୃହତ ସରକାରୀ କ୍ୟାନ୍ସର ହସ୍ପିଟାଲ୍ ଏବେ କରୋନା ହଟ୍‌ସ୍ପଟ୍ ପାଲଟିବା ପରେ ଏଠାରେ ବନ୍ଦ କରିଦିଆଯାଇଛି ରୋଗୀ ସେବା । ଡାକ୍ତର ଆସୁନାହାଁନ୍ତି, କର୍ମଚାରୀ ବି ଆସୁନାହାଁନ୍ତି। ଫଳରେ କ୍ୟାନ୍ସର ସହ […]

5bn

Tapas Behera
  • Published: Monday, 13 July 2020
  • , Updated: 13 July 2020, 08:35 PM IST

କଟକ(ଓଡ଼ିଶା ରିପୋର୍ଟର): କରୋନା ବିଭୀଷିକାରେ ଥରହର ଓଡ଼ିଶା। କେଉଁଠି ଆଚ୍ଛା ଆଚ୍ଛା ଲୋକଙ୍କୁ ଶଯ୍ୟାଶାୟୀ କରିଦେଉଛି, ତ’ ଆଉ କେଉଁଠି ମୁଣ୍ଡ ନେଉଛି ମହାମାରୀ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଭୂତାଣୁ ଭୟଠୁ କିନ୍ତୁ ବଳିଯାଇଛି କର୍କଟ ରୋଗୀଙ୍କ ଯନ୍ତ୍ରଣା । କଟକସ୍ଥିତ ରାଜ୍ୟର ସର୍ବବୃହତ ସରକାରୀ କ୍ୟାନ୍ସର ହସ୍ପିଟାଲ୍ ଏବେ କରୋନା ହଟ୍‌ସ୍ପଟ୍ ପାଲଟିବା ପରେ ଏଠାରେ ବନ୍ଦ କରିଦିଆଯାଇଛି ରୋଗୀ ସେବା । ଡାକ୍ତର ଆସୁନାହାଁନ୍ତି, କର୍ମଚାରୀ ବି ଆସୁନାହାଁନ୍ତି। ଫଳରେ କ୍ୟାନ୍ସର ସହ ଯୁଝୁଥିବା ରୋଗୀ ମେଡ଼ିକାଲ୍ ଆସି ନିରାଶ ହେବା ସହ ଘରେ ରହି ଯନ୍ତ୍ରଣା ଭୋଗୁଛନ୍ତି।

ପୁରୀର ଏକ ଦମ୍ପତି କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ସ୍ୱାମୀଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଆବଶ୍ୟକ ଚିକିତ୍ସା ପାଇଁ ଆସିଥିଲେ ଡାକ୍ତରଙ୍କୁ ଦେଖା କରିବାକୁ । କିନ୍ତୁ ରାଜ୍ୟର ସର୍ବବୃହତ କ୍ୟାନ୍ସର ହସ୍ପିଟାଲରେ ତାଲା ଝୁଲୁଥିବା ଜାଣିବା ପରେ ହତାଶ ହୋଇପଡ଼ିଛନ୍ତି । କେବଳ ଏହି ଦମ୍ପତି ନୁହଁନ୍ତି, ଅନେକ କର୍କଟ ରୋଗୀଙ୍କ ମଧ୍ୟରୁ କିଏ ରାତି ଅଧରୁ ଆସି ଏଭଳି ବସିରହିଛନ୍ତି ତ ଆଉ କିଏ ଭାଗ୍ୟକୁ ନିନ୍ଦି ବାହୁଡ଼ିଯାଉଛନ୍ତି ଘରକୁ ।

କଟକ ଜିଲ୍ଲା ମାହାଙ୍ଗା ବରଦିଆ ଗାଁର ସଞ୍ଜୁଲତା ମଳିକଙ୍କର ସମଦଶା। ମୁଖ କର୍କଟରେ ଆକ୍ରାନ୍ତ ସଞ୍ଜୁ ବାପା, ମା ଛେଉଣ୍ଡ ହେବା ପରଠୁ ମୂଲଲାଗି ଚଳୁଥିବା ଏକମାତ୍ର ସାନ ଭାଇର ହାତଟେକାରେ ଜିଉଁଛନ୍ତି । ଆଜି ସେ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ୍କୁ ଯାଇଥାନ୍ତେ କେମୋ ଥେରାପି ପାଇଁ।
କିନ୍ତୁ ଓପିଡ଼ି ବନ୍ଦ ଥିବା ଖବର ଶୁଣିବା ପରେ ଭାଙ୍ଗିପଡ଼ି ବଞ୍ଚିବାର ଆଶା ହରାଇଦେଇଛନ୍ତି । ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ରୋଗୀଙ୍କଠୁ ଆରମ୍ଭ କରି ରୋଗୀଙ୍କ ସମ୍ପର୍କୀୟ, ନର୍ସ, କର୍ମଚାରୀଙ୍କୁ ମିଶାଇ ୧୨୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି ।

ଫଳରେ ମେଡିକାଲରେ ସର୍ଜରୀ, କେମୋଥେରାପି, ରେଡ଼ିଓଥେରାପି,ଏମର୍ଜେନସି,ଆଇସିୟୁ ଏବଂ ପେନ୍ ପାଲେଟିକ୍ ଆଦି ବିଭାଗକୁ ବନ୍ଦ କରିଦିଆଯାଇଛିା ଏପରିକି ଆଉଡୋରରେ ନୂଆ ଆଡମିଶନ୍ କରାନଯାଇ କେବଳ ମେଡ଼ିସିନ୍ ଲେଖିଦେଇ ଘରକୁ ପଠାଇଦିଆଯାଉଛି। କିଛିଦିନ ତଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର ସ୍ଥିତି ସମୀକ୍ଷା କରିଥିଲେ। ଏସ୍ସିବି ଓ କ୍ୟାନସର ହସପିଟାଲକୁ ୨ହଜାର ରାପିଡ଼ ଆଣ୍ଟିଜେନିକ କିଟ୍ ଯୋଗାଇ ଦିଆଯାଇଥିଲା । ରୋଗୀଙ୍କ ପରୀକ୍ଷା କରାଯାଇ ଅଧଘଣ୍ଟା ଭିତରେ ରିପୋର୍ଟ ଆସିବା ପରେ ଆଡ଼ିମିସନ ପାଇଁ ନିର୍ଦ୍ଦେଶ ବି ଥିଲା। ହେଲେ କ୍ୟାନସର୍ ହସ୍ପିଟାଲ କର୍ତ୍ତୃପକ୍ଷ କିନ୍ତୁ ନିୟମକୁ ଫୁ କରିଦେଇଛନ୍ତି। ନାନା ଆଳ କରି ରୋଗୀଙ୍କୁ ଆଡ଼ମିଶନ କରିବା ବଦଳରେ ଫେରାଇ ଦେଉଥିବା ଅଭିଯୋଗ ହୋଇଛି ।

ତେବେ କରୋନା ନୁହେଁ ବରଂ କର୍କଟ ରୋଗ ସହ ଯୁଝୁଥିବା ରୋଗୀଙ୍କ ଦେଖାଶୁଣା କରିବ କିଏ? କୋଭିଡ୍‌ ଆଳ ଦେଖାଇ ମେଡ଼ିକାଲ୍ କର୍ତ୍ତୃପକ୍ଷ ଅଣକୋଭିଡ୍ ରୋଗୀ ସେବା କ୍ଷେତ୍ରରେ ହାତ ଟେକିଦେଉନାହାଁନ୍ତି ତ ?

Related story