ଉଡିଗଲା ନୀଳଚକ୍ର ବାନା

ପୁରୀ(ଓଡ଼ିଶା ରିପୋର୍ଟର): ‘ଅମ୍ଫାନ’ ମହାବାତ୍ୟା ପୂର୍ବରୁ ପବନରେ ଉଡ଼ିଗଲା ଶ୍ରୀମନ୍ଦିର ପତିତପାବନ ବାନା।  ତେବେ ନୀଳଚକ୍ରରେ ଅନ୍ୟ ବାନା ଥିବାରୁ ମହାପ୍ରଭୁଙ୍କର ନୀତିକାନ୍ତିରେ କୌଣସି ଅସୁବିଧା ହୋଇନାହିଁ। ବାନା ଉଡ଼ିବାର କିଛି ସମୟ ପରେ ଚୂନରା ସେବାୟତ ତୁରନ୍ତ ବାନା ଲଗାଇ ଦେଇଥିଲେ। ତେବେ ଚୂନରା ସେବକଙ୍କ ମତରେ ମହାପ୍ରଭୁ ବିପଦ ଟାଳିବା ପାଇଁ ଏଭଳି ତାଙ୍କ ବାନା ଉଡାଇ ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ ଥର ପବନରେ ପତିତପାବନା ଉଡ଼ିଥିବାର ନଜିର ରହିଛି। ଚୂନରା […]

jagannath-temple

Manoranjan Sial
  • Published: Monday, 18 May 2020
  • , Updated: 18 May 2020, 07:04 PM IST

ପୁରୀ(ଓଡ଼ିଶା ରିପୋର୍ଟର): ‘ଅମ୍ଫାନ’ ମହାବାତ୍ୟା ପୂର୍ବରୁ ପବନରେ ଉଡ଼ିଗଲା ଶ୍ରୀମନ୍ଦିର ପତିତପାବନ ବାନା।  ତେବେ ନୀଳଚକ୍ରରେ ଅନ୍ୟ ବାନା ଥିବାରୁ ମହାପ୍ରଭୁଙ୍କର ନୀତିକାନ୍ତିରେ କୌଣସି ଅସୁବିଧା ହୋଇନାହିଁ। ବାନା ଉଡ଼ିବାର କିଛି ସମୟ ପରେ ଚୂନରା ସେବାୟତ ତୁରନ୍ତ ବାନା ଲଗାଇ ଦେଇଥିଲେ। ତେବେ ଚୂନରା ସେବକଙ୍କ ମତରେ ମହାପ୍ରଭୁ ବିପଦ ଟାଳିବା ପାଇଁ ଏଭଳି ତାଙ୍କ ବାନା ଉଡାଇ ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ ଥର ପବନରେ ପତିତପାବନା ଉଡ଼ିଥିବାର ନଜିର ରହିଛି।

ଚୂନରା ସେବକ ଡାକ୍ତର ଶରତ ମହାନ୍ତି କହିଛନ୍ତି-“ମହାବାତ୍ୟାର ଦିଗ ପରିବର୍ତ୍ତନ ପାଇଁ ମହାପ୍ରଭୁ ନିଜ ବାନାକୁ ଉଡାଇ ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି ବାତ୍ୟା ଆସିବା ଆଗରୁ ବାନା ଉଡି ଯାଇଛି। ତେଣୁ ଏହାକୁ ଏକ ଶୁଭ ସଙ୍କେତ ଭାବେ ନେଇପାରିବା। ମହାପ୍ରଭୁଙ୍କ ନିର୍ଦ୍ଦେଶରେ ବାତ୍ୟା ତା ବାଟରେ ଚାଲିଯିବ। ଓଡ଼ିଶାରେ କିଛି କ୍ଷତି କରିବ ନାହିଁ ବୋଲି ଭାବିବା। ଫାଇଲିନ୍‌ ଓ ଫୋନି ଆରମ୍ଭ ପୂର୍ବରୁ ମଧ୍ୟ ବାନା ଉଡି ଯାଇଥିଲା।”

https://twitter.com/otvnews/status/1262341109855944705?s=20

Related story