ସ୍ୱାମୀଙ୍କୁ ହରାଇ ମର୍ମାହତ ରୀମା: କୋହଭରା କଣ୍ଠରେ କ’ଣ କହିଲେ ପଢ଼ନ୍ତୁ

Ordigital Desk
  • Published: Wednesday, 21 March 2018
  • , Updated: 21 March 2018, 08:17 PM IST
<p>ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ମୁଁ ଚାହୁଁଛି... ମୋତେ ଖାଲି ନ୍ୟାୟ ଦରକାର। ମୋ ସହିତ ଯାହା ହୋଇଛି... ଭଗବାନ କାହାକୁ ଏମିତି ନକରନ୍ତୁ। ମେଡ଼ିକାଲ ବେଡ୍&zwnj;ରେ କୋହ ଭରା କଣ୍ଠ ଓ ଛଳଛଳ ଆଖିରେ ମୁଖ୍ୟମନ୍ତ୍ରୀଙ୍କୁ ଏମିତି ନିବେଦନ କରିଛନ୍ତି ରୀମାରାଣୀ ସାହୁ। ଗତକାଲି ମେଡ଼ିକାଲ ବେଡ୍&zwnj;ରେ ଖବରକାଗଜ ପଢ଼ୁଥିବା ବେଳେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ବିଚଳିତ ହୋଇପଡ଼ିଥିଲେ ରୀମା। ସ୍ୱାମୀ ଏହି ଦୁନିଆରେ ନାହାନ୍ତି, ଏପରି କଥାକୁ ସେ ସହଜରେ ବିଶ୍ୱାସ କରିପାରୁ ନାହାଁନ୍ତି।</p> <p>&lt;a href=&quot;&quot;&gt;(image) &lt;/a&gt;ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ସୌମ୍ୟଶଖରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ରୀମାରାଣୀ ସାହୁ। ବାହାଘରର ୫ ଦିନ ପରେ ଉପହାର ପାର୍ସଲ ଖୋଲିବା ବେଳେ ହୋଇଥିଲା ବିସ୍ଫୋରଣ। ଗୁରୁତର ଅବସ୍ଥାରେ ରୀମାଙ୍କୁ ବଲାଙ୍ଗୀର, ବୁର୍ଲା ଓ କଟକ ଏସ୍&zwnj;ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସା ପରେ ଦେହରୁ ଘାଆ ଶୁଖିଯାଇଛି। ମାତ୍ର ମନ ଭିତରେ ସୃଷ୍ଟି ହୋଇଥିବା କ୍ଷତ ଶୁଖିନାହିଁ। ଯାହାର ହାତ ଧରିଥିଲେ, ତାଙ୍କୁ ବାରମ୍ୱାର ଖୋଜିଲେ। ପରିବାର ଲୋକେ ବିଭିନ୍ନ ବାହାନା କରି ପୂରା ଘଟଣାକୁ ଲୋଚାଇ ରଖିଥିଲେ। ୩ ଦିନ ତଳେ ମେଡ଼ିକାଲ୍&zwnj; ବେଡ଼୍&zwnj;ରେ ପେପର ପଢ଼ୁ ପଢ଼ୁ ଜାଣିବାକୁ ପାଇଲେ ସାତ ଜନମର ଜୀବନ ସାଥୀଙ୍କୁ ହରାଇଛନ୍ତି। ଗୋଡ଼ରୁ ଅଲତା ଓ ସିନ୍ଥିରୁ ସିନ୍ଦୂର ଲିଭିଯାଇଛି। ଏହା ଜାଣିବା ପରେ ରୀମା ବିଚଳିତ ହୋଇପଡ଼ିଥିଲେ।</p> <p>&lt;a href=&quot;http://odishareporter.in/wp-content/uploads/2018/03/patnagardh-parsal-blest11.jpg&quot;&gt;(image) &lt;/a&gt;ଆତତାୟୀର ମୃତ୍ୟୁର ଉପହାର ଆଖି ପିଛୁଳାକେ ସବୁ ସ୍ୱପ୍ନ ଧୂଳିସାତ କରିବା ପରେ, ରୀମାରାଣୀଙ୍କର ସମୟ ଉପରେ ଆଉ ବିଶ୍ୱାସ ନାହିଁ। ତୁରନ୍ତ ନ୍ୟାୟ ଦରକାର ବୋଲି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ରିମା। ରୀମା ଆଜି ବି ବୁଝିପାରୁନାହାନ୍ତି, ଏଭଳି ମୃତ୍ୟୁ ବୀଭିଷିକା ରଚିଲା କିଏ? ତାଙ୍କର କାହା ସହିତ ଶତ୍ରୁତା ନଥିଲା ଓ ସ୍ୱାମୀ ସୌମ୍ୟଶେଖର ମଧ୍ୟ ସମସ୍ତଙ୍କୁ ନିଜର ଭାବୁଥିଲେ ବୋଲି ରୀମା କହିଛନ୍ତି।</p> <p>https://youtu.be/6XLyzDy7TrM</p>

Related story