କଂଗ୍ରେସ୍‌ରେ ଜୋର ଧରିଲା ମଙ୍ଗୁଆଳ ରାଜନୀତି: ନିରଞ୍ଜନଙ୍କ ସପକ୍ଷରେ ହାଇକମାଣ୍ଡଙ୍କୁ ଜଣାଇବେ ବିଧାୟକ

ଭୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି କରିବାକୁ ଉଦ୍ୟମ ଆରମ୍ଭ ହୋଇଯାଇଛି। ଏନେଇ ରାହୁଲ ଗାନ୍ଧିଙ୍କ ପାଖରେ ବିଧାୟକମାନେ ଲବି କରିବେ। ଆସନ୍ତା ୮ ତାରିଖରେ ରାହୁଲ ଡାକିଥିବା ବୈଠକରେ ରାଜ୍ୟ କଂଗ୍ରେସର ସାଂଗଠନିକ ସ୍ଥିତି ଦୁର୍ବଳ ହେବାର କାରଣ ରଖାଯିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଏବଂ ବିଧାୟକ ପ୍ରଫୁଲ୍ଲ ମାଝି କହିଛନ୍ତି। ସଂଗଠନ ମଜଭୁତ ପାଇଁ ପିସିସି ପରିବର୍ତ୍ତନ ସହ ନିରଞ୍ଜନଙ୍କ ସପକ୍ଷରେ ଯୁକ୍ତି ରଖିବେ ବୋଲି ପ୍ରକାଶ କରିଛନ୍ତି। […]

Niranjan

Rakesh Mallick
  • Published: Saturday, 06 May 2017
  • , Updated: 06 May 2017, 09:00 PM IST

ଭୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି କରିବାକୁ ଉଦ୍ୟମ ଆରମ୍ଭ ହୋଇଯାଇଛି। ଏନେଇ ରାହୁଲ ଗାନ୍ଧିଙ୍କ ପାଖରେ ବିଧାୟକମାନେ ଲବି କରିବେ। ଆସନ୍ତା ୮ ତାରିଖରେ ରାହୁଲ ଡାକିଥିବା ବୈଠକରେ ରାଜ୍ୟ କଂଗ୍ରେସର ସାଂଗଠନିକ ସ୍ଥିତି ଦୁର୍ବଳ ହେବାର କାରଣ ରଖାଯିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଏବଂ ବିଧାୟକ ପ୍ରଫୁଲ୍ଲ ମାଝି କହିଛନ୍ତି। ସଂଗଠନ ମଜଭୁତ ପାଇଁ ପିସିସି ପରିବର୍ତ୍ତନ ସହ ନିରଞ୍ଜନଙ୍କ ସପକ୍ଷରେ ଯୁକ୍ତି ରଖିବେ ବୋଲି ପ୍ରକାଶ କରିଛନ୍ତି।

ରାଜ୍ୟ କଂଗ୍ରେସର ଅସଜଡା ଘରକୁ ସଜାଡିବା ସହ ସଂଗଠନ ମଜଭୁତ ପାଇଁ ମନ୍ତ୍ର ଦେବାକୁ ବିଧାୟକ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ରାହୁଲ ଗାନ୍ଧି ଡାକିଛନ୍ତି।

ପଞ୍ଚାୟତ ନିର୍ବାଚନରେ ଦଳର ଶୋଚନୀୟ ପ୍ରଦର୍ଶନ ପରେ ଦଳ ଭିତରେ ବିବାଦ ଉଗ୍ର ହେବାରେ ଲାଗିଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ହଟାଇ ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ଦାୟିତ୍ୱ ଦେବାକୁ କିଛି ବିଧାୟକ ଖୋଲାଖୋଲି ମତ ପୋଷଣ କରିବାରେ ଲାଗିଛି। ଏପରିସ୍ଥିତିରେ ରାହୁଲ ଡାକିଥିବା ବୈଠକ ବହୁତ ମହତ୍ୱ ରଖୁଛି।

Related story