ବିଜେପି ବିଧାୟକ କ୍ଷମା ନମାଗିଲେ ଧାରଣାରେ ବସିବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ ନିଜର ମନ୍ତବ୍ୟ ପାଇଁ ତୁରନ୍ତ କ୍ଷମା ମାଗନ୍ତୁ ନଚେତ୍ କଂଗ୍ରେସ ଧାରଣାରେ ବସିବ ବୋଲି ଚେତାବନୀ ଦେଇଛି। ବିଧାନସଭାରେ ଆଜି ବିଜେପି ବିଧାୟକ ବିଷ୍ଣୁ ସେଠୀ ମୁସଲିମ ମହିଳାମାନଙ୍କ ସମ୍ପର୍କରେ ଦେଇଥିବା ଅଶାଳୀନ ମନ୍ତବ୍ୟକୁ କଂଗ୍ରେସ ନିନ୍ଦା କରିବା ସହ ସେ ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି। କଂଗ୍ରେସ ଭବନଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ […]

niranjan-2-750x430

Manoranjan Sial
  • Published: Thursday, 01 August 2019
  • , Updated: 01 August 2019, 08:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ ନିଜର ମନ୍ତବ୍ୟ ପାଇଁ ତୁରନ୍ତ କ୍ଷମା ମାଗନ୍ତୁ ନଚେତ୍ କଂଗ୍ରେସ ଧାରଣାରେ ବସିବ ବୋଲି ଚେତାବନୀ ଦେଇଛି। ବିଧାନସଭାରେ ଆଜି ବିଜେପି ବିଧାୟକ ବିଷ୍ଣୁ ସେଠୀ ମୁସଲିମ ମହିଳାମାନଙ୍କ ସମ୍ପର୍କରେ ଦେଇଥିବା ଅଶାଳୀନ ମନ୍ତବ୍ୟକୁ କଂଗ୍ରେସ ନିନ୍ଦା କରିବା ସହ ସେ ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି।

କଂଗ୍ରେସ ଭବନଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସମଗ୍ର ଦେଶର ମୁସଲିମ୍ ମହିଳାମାନଙ୍କ ପ୍ରତି ଶ୍ରୀ ସେଠୀ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଅଶାଳୀନ, ଅରୁଚିକର ଓ ନିନ୍ଦନୀୟ। ସେ ତୁରନ୍ତ ସର୍ବସମ୍ମୁଖରେ କ୍ଷମା ମାଗିବାକୁ କଂଗ୍ରେସ ଦାବି କରୁଛି। ଯଦି ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ନକରନ୍ତି, ତା’ହେଲେ କଂଗ୍ରେସ ଧାରଣାରେ ବସିବ ବୋଲି ସେ କହିଛନ୍ତି। ବିଜେପି ଓ ତାଙ୍କର ନେତାମାନଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁୁ, ଯାହାଫଳରେ ଭାରତୀୟ ସଂସ୍କୃତିରେ ନାରୀମାନଙ୍କର ସମ୍ମାନ ଓ ଗରିମା ଭୁଲୁଣ୍ଠିତ ହେବ ନାହିଁ।

ଗୁରୁବାର ଦିନ ବିଧାନସଭାରେ ଶୁନ୍ୟକାଳରେ ତିନି ତଲାକ ବିଲ୍ ଉପରେ ସରଗରମ ଆଲୋଚନା ଚାଲିଥିବା ବେଳେ ବିଜେପି ବିଧାୟକ ଶ୍ରୀ ସେଠୀ କହିଥିଲେ ଯେ ତିନି ତଲାକ ପ୍ରଥା ଦ୍ୱାରା ପୀଡ଼ିତା ବହୁ ମୁସଲିମ ମହିଳା ବମ୍ବେ, କୋଲକାତା, ଦିଲ୍ଲୀ ଏବଂ ଦେଶରେ ଅନ୍ୟ ସହରମାନେଙ୍କରେ ଦେହ ବ୍ୟବସାୟରେ ଲିପ୍ତ ରହୁଥିବାର ପ୍ରମାଣ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଶ୍ରୀ ସେଠୀ କହିଥିଲେ। ଯେକୌଣସି ପରିପ୍ରେକ୍ଷୀରେ ନାରୀମାନଙ୍କ ଉଦ୍ଦେଶ୍ୟରେ ଏଭଳି ଅପଶବ୍ଦ ଓ ଅରୁଚିକର ମନ୍ତବ୍ୟ ସବୁବେଳେ ନିନ୍ଦନୀୟ ବୋଲି ପିସିସି ସଭାପତି କହିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ବିଜେପି ବିଧାୟକ ମନେ ରଖିବା ଉଚିତ୍ ଯେ ଭାରତୀୟ ସଂସ୍କୃତିରେ ନାରୀମାନଙ୍କର ସ୍ଥାନ ସବୁବେଳେ ସ୍ୱତନ୍ତ୍ର ଏବଂ ଉଚ୍ଚରେ। ଶ୍ରୀ ସେଠୀଙ୍କ ମନ୍ତବ୍ୟ ବିଜେପି ଦଳ ଓ ତାଙ୍କର ନେତାମାନଙ୍କର କୁତ୍ସିତ ମାନସିକତାର ପରିଚୟ। ଏହା ପୂର୍ବରୁ ବିଜେପି ନେତ୍ରୀ ତଥା ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର ଓଡ଼ିଶାର ମହିଳାମାନେ ସୁରଟ ସହରରେ ଦେହ ବେପାର କରନ୍ତି ବୋଲି ମଧ୍ୟ କହିଥିଲେ। ବିଜେପି ନେତାମାନେ ବାରମ୍ବାର ଭାରତୀୟ ନାରୀମାନଙ୍କ ଉଦ୍ଦେଶ୍ୟରେ ଏଭଳି ଅପମାନସୂଚକ ମନ୍ତବ୍ୟ ଦେଉଥିବାବେଳେ ଦଳର ବରିଷ୍ଠ ନେତାମାନେ ନିରବ ରହିବା ନାରୀଜାତି ପ୍ରତି ଏ ଦଳର ଆଭିମୁଖ୍ୟକୁ ସୂଚାଉଛି।

ଏହି ସାମ୍ବାଦିକ ସମ୍ମିଳନୀରେ ମିଡ଼ିଆ ସେଲ ମୁଖ୍ୟ ସତ୍ୟପ୍ରକାଶ ନାୟକ, ମୁଖପାତ୍ର ରଜନୀ ମହାନ୍ତି, ପ୍ରଶାନ୍ତ ଶତପଥୀ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

Related story