ଆଉ ଦୁଇ ଦିନ ରହିବ ତାତି

ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ହେଲେ ପଶ୍ଚିମ ଓଡିଶାରେ ତାପମାତ୍ରା ସର୍ବାଧିକ ରହିଛି। ଅସହ୍ୟ ଗରମରୁ ସନ୍ତୁଳି ହେଉଛନ୍ତି ପଶ୍ଚିମ ଓଡିଶାର ୯ ରୁ ଅଧିକ ଜିଲ୍ଲା। ଦିନ ୯ ଟା ନ ବାଜୁଣୁ ବାହାରକୁ ବାହାରିବା ଅସମ୍ଭବ ମନେହେଉଛି। ଗୁରୁବାର୪୬.୫ ଡିଗ୍ରୀ ସହ ଭବାନୀପାଟଣା ସବୁଠାରୁ ଉତ୍ତପ୍ତ ସହର ଥିଲା । ସେହିପରି ଝାରସୁଗୁଡାରେ ତାପମାତ୍ରା ୪୪.୭ ଡିଗ୍ରୀ ରହିଥିବା ବେଳେ ସମ୍ୱଲପୁରରେ ୪୫.୫, ହୀରାକୁଦ ୪୫.୪, ଟିଟିଲାଗଡରେ ୪୪.୫, […]

Heat-Wave

Rakesh Mallick
  • Published: Thursday, 28 May 2015
  • , Updated: 29 May 2015, 03:17 AM IST

ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ହେଲେ ପଶ୍ଚିମ ଓଡିଶାରେ ତାପମାତ୍ରା ସର୍ବାଧିକ ରହିଛି। ଅସହ୍ୟ ଗରମରୁ ସନ୍ତୁଳି ହେଉଛନ୍ତି ପଶ୍ଚିମ ଓଡିଶାର ୯ ରୁ ଅଧିକ ଜିଲ୍ଲା। ଦିନ ୯ ଟା ନ ବାଜୁଣୁ ବାହାରକୁ ବାହାରିବା ଅସମ୍ଭବ ମନେହେଉଛି।

ଗୁରୁବାର୪୬.୫ ଡିଗ୍ରୀ ସହ ଭବାନୀପାଟଣା ସବୁଠାରୁ ଉତ୍ତପ୍ତ ସହର ଥିଲା । ସେହିପରି ଝାରସୁଗୁଡାରେ ତାପମାତ୍ରା ୪୪.୭ ଡିଗ୍ରୀ ରହିଥିବା ବେଳେ ସମ୍ୱଲପୁରରେ ୪୫.୫, ହୀରାକୁଦ ୪୫.୪, ଟିଟିଲାଗଡରେ ୪୪.୫, ବଲାଙ୍ଗୀରରେ ୪୪.୫, ସୋନପୁରରେ ୪୩.୮, ସୁନ୍ଦରଗଡରେ ୪୪.୦, ଅନୁଗୋଳରେ ୪୨.୧, ତାଳଚେରରେ ୪୧.୫ , ଭୁବନେଶ୍ୱରେ ୪୦, ଫୁଲବାଣୀରେ ୪୦ ଓ ମାଲକାନଗିରିରେ ୪୨.୬ ଡିଗ୍ରୀ ତାପମାତ୍ରା ରହିଥିଲା। ଗୁରୁବାର ୧୩ଟି ସହରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା ।

ତେବେ ବାଲେଶ୍ୱରରେ ତାପମାତ୍ରା ୩୬.୬ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୩୯.୬, କଟକ ୩୭, ପାରାଦ୍ୱୀପ ୩୩.୪, ଗୋପାଳପୁରରେ ୩୩.୪, ପୁରୀ ୩୪.୪, ବାରିପଦାରେ ୩୭.୪, କେନ୍ଦୁଝରରେ ୩୯.୩, କୋରାପୁଟରେ୩୭, ଦାରିଙ୍ଗବାଡିରେ ୩୭ ଓ ଢେଙ୍କାନାଳରେ ୩୭.୯  ଡିଗ୍ରୀ ତାପମାତ୍ରା ରହିଥିଲା।

Related story