ମଧ୍ୟଯୁଗୀୟ ବର୍ବରତା: ମହିଳାଙ୍କ ଚୁଟି କାଟିଲେ, ଉଲଗ୍ନ କରି ବୁଲାଇଲେ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆମ ସମାଜରେ ମହିଳାଙ୍କୁ ଉଚ୍ଚ ସ୍ଥାନ ଦିଆଯାଇଛି। କୌଣସି ଶୁଭ କାମ ମହିଳାଙ୍କ ବିନା ଅସମ୍ଭବ। ମାଆ ହେଉ କି, ପତ୍ନୀ ଅଥବା ଭଉଣୀ, ସବୁଠି ମହିଳାଙ୍କର ଗୁରୁତ୍ୱ ରହିଛି। ହେଲେ ବେଳେ ବେଳେ ଏମିତି କିଛି ହୁଏ, ଯେଉଁଠି ବିବେକହୀନ ମଣିଷ ସବୁ ସୀମା ଟପିଯାଏ। ଯେମିତି ବଲାଙ୍ଗିର ଜିଲ୍ଲାରେ ଜଣେ ମହିଳାଙ୍କ ଚରିତ୍ର ଉପରେ ସନ୍ଦେହ ହେବାରୁ କିଛି ନ ବୁଝି ସାହି ପଡ଼ିଶା ତାଙ୍କ ଇଜ୍ଜତକୁ ବିଚ୍‌ ରାସ୍ତାରେ […]

bolangiri

Rakesh Mallick
  • Published: Monday, 11 June 2018
  • , Updated: 11 June 2018, 01:42 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆମ ସମାଜରେ ମହିଳାଙ୍କୁ ଉଚ୍ଚ ସ୍ଥାନ ଦିଆଯାଇଛି। କୌଣସି ଶୁଭ କାମ ମହିଳାଙ୍କ ବିନା ଅସମ୍ଭବ। ମାଆ ହେଉ କି, ପତ୍ନୀ ଅଥବା ଭଉଣୀ, ସବୁଠି ମହିଳାଙ୍କର ଗୁରୁତ୍ୱ ରହିଛି। ହେଲେ ବେଳେ ବେଳେ ଏମିତି କିଛି ହୁଏ, ଯେଉଁଠି ବିବେକହୀନ ମଣିଷ ସବୁ ସୀମା ଟପିଯାଏ। ଯେମିତି ବଲାଙ୍ଗିର ଜିଲ୍ଲାରେ ଜଣେ ମହିଳାଙ୍କ ଚରିତ୍ର ଉପରେ ସନ୍ଦେହ ହେବାରୁ କିଛି ନ ବୁଝି ସାହି ପଡ଼ିଶା ତାଙ୍କ ଇଜ୍ଜତକୁ ବିଚ୍‌ ରାସ୍ତାରେ ନିଲାମ କରିଦେଇଛନ୍ତି। ଏପରି ଏକ ଅଭିଯୋଗ ଆସିଛି ଲୋଇସିଂହା ଥାନା କରକଚିଆ ଗାଁରେ।

ଅଭିଯୋଗ ଅନୁସାରେ, ଗାଁର ଜଣେ ମହିଳାଙ୍କ ଚରିତ୍ରକୁ ନେଇ କିଛି ଲୋକ ସନ୍ଦେହ କରିଥିଲେ। ଗତ ୩ ତାରିଖରେ ଗାଁର ୪ ଜଣ ବ୍ୟକ୍ତି ତାଙ୍କ ଚରିତ୍ର ସଂହାର କରିବା ସହ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ଗାଁରେ ସଭା ବସିଥିଲା। ସଭାରେ ଅଭିଯୁକ୍ତମାନେ ନିଜ ଦୋଷ ସ୍ୱୀକାର କରିବା ପରେ ଘଟଣାର ସମାଧାନ ହୋଇଯାଇଥିଲା।

ମନରେ ଜଳୁଥିଲା ପ୍ରତିଶୋଧର ନିଆଁ

ସଭାରେ ଦୋଷ ସ୍ୱୀକାର କରି ଆସିବା ପରେ ଅଭିଯୁକ୍ତମାନଙ୍କ ମନରେ ଜଳୁଥିଲା ପ୍ରତିଶୋଧର ନିଆଁ। ମହିଳାଙ୍କୁ ପାନେ ଦେବାକୁ ମନେ ମନେ ସ୍ଥିର କରିସାରିଥିଲେ। ଏଥିପାଇଁ ସବୁ ହିତାହିତ ଜ୍ଞାନ ଭୁଲି ଯାଇଥିଲେ। ଉକ୍ତ ଦିନ ରାତିରେ କିଛି ମହିଳା ଓ ପୁରୁଷ ଏକତ୍ର ତାଙ୍କ ଉପରେ ଆକ୍ରମଣ କରିଦେଇଥିଲେ। ଘରୁ ଘୋଷାଡି ଆଣି ମହିଳାଙ୍କ ଚୁଟି କାଟିଥିଲେ। ଏହାପରେ ଉଲଗ୍ନ କରି ବୁଲାଥିଲେ।

ଏନେଇ ମହିଳା ଜଣଙ୍କ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ପୋଲିସ୍‌ ଏହି ଘଟଣାରେ କାହାରିଙ୍କୁ ଗିରଫ କରି ନଥିବା ଜଣାପଡ଼ିଛି।

Related story