କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଳନ ହୋଇଛି ବୋଇତ ବନ୍ଦାଣ ଉତ୍ସବ। ବଡ଼ି ଭୋରରୁ ରାଜ୍ୟର ବିଭିନ୍ନ ନଦୀ, ପୁଷ୍କରିଣୀ ଓ ମହୋଦଧୀରେ ଡଙ୍ଗା ଭସାଇଛନ୍ତି ଲୋକେ। ଏହି ସମୟରେ ଆ…କା…ମା..ବୈ, ପାନ ଗୁଆ ଥୋଇ, ଗୀତରେ ଫାଟି ପଡ଼ିଥିଲା ବିଭିନ୍ନ ଜଳାଶୟ। କଟକର ମହାନଦୀ ଓ କାଠଯୋଡ଼ି ନଦୀରେ ଆଜି ସକାଳେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଭଳି ଭଳିକି ରଙ୍ଗର ବୋଇତ ଭସାଇଥିଲେ […]

dangabhasa

Tapaswini Nayak
  • Published: Tuesday, 12 November 2019
  • , Updated: 12 November 2019, 09:47 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଳନ ହୋଇଛି ବୋଇତ ବନ୍ଦାଣ ଉତ୍ସବ। ବଡ଼ି ଭୋରରୁ ରାଜ୍ୟର ବିଭିନ୍ନ ନଦୀ, ପୁଷ୍କରିଣୀ ଓ ମହୋଦଧୀରେ ଡଙ୍ଗା ଭସାଇଛନ୍ତି ଲୋକେ। ଏହି ସମୟରେ ଆ...କା...ମା..ବୈ, ପାନ ଗୁଆ ଥୋଇ, ଗୀତରେ ଫାଟି ପଡ଼ିଥିଲା ବିଭିନ୍ନ ଜଳାଶୟ।

କଟକର ମହାନଦୀ ଓ କାଠଯୋଡ଼ି ନଦୀରେ ଆଜି ସକାଳେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଭଳି ଭଳିକି ରଙ୍ଗର ବୋଇତ ଭସାଇଥିଲେ ଲୋକେ। ବୋଇତରେ ପାନ, ଗୁଆ ଥୋଇ ପୂଜା କରିଥିଲେ ଓ ପରେ ଏହାକୁ ଭସାଇଥିଲେ।

ସେହିଭଳି ରାଜଧାନୀ ଭୁବନେଶ୍ୱରର ବିନ୍ଦୁ ସାଗର, ପୁରୀ ସମୁଦ୍ର କୂଳ ଓ ଗୋପାଳପୁର ବିଚ୍‌ରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ପୂର୍ବେ ବ୍ୟବସାୟ ପାଇଁ ସମୁଦ୍ର ପଥରେ ବିଦେଶକୁ ଯାତ୍ରା କରୁଥିଲେ ଓଡ଼ିଆ ସାଧବ ପୁଅ। ଜାଭା, ସୁମାତ୍ରା ଓ ବାର୍ଲି ଭଳି ଅଞ୍ଚଳକୁ ଯିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ଶୁଭ ଲଗ୍ନ ଥିଲା। ତେଣୁ ଓଡ଼ିଶାର ସେହି ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଯାଏ।

Related story