ଗାଁରେ ହାତୀ ପଲ, ଲୋକେ ଭୟଭୀତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳ ଓ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଚୌଦ୍ୱାର ଥାନା ନିକଟରେ ଥିବା ଛତିଶାପାଟରେ ୨୨ଟି ହାତୀ ଉପଦ୍ରବ ଚଳାଇଛନ୍ତି। ଏପରିକି ବାଣୀପଦା ଗାଁରେ ଜଣେ ଲୋକଙ୍କ ବାଡ଼ିରେ ଗୋଟିଏ ଦନ୍ତା ପଶି ଯାଇ ବ୍ୟାପକ ମାତ୍ରାରେ ଫସଲ ନଷ୍ଟ କରି ଦେଇଥିବା ଜଣାଯାଇଛି। ଏହି ସବୁ […]

choudwar

Tapaswini Nayak
  • Published: Saturday, 24 October 2020
  • , Updated: 24 October 2020, 09:25 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳ ଓ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

ଚୌଦ୍ୱାର ଥାନା ନିକଟରେ ଥିବା ଛତିଶାପାଟରେ ୨୨ଟି ହାତୀ ଉପଦ୍ରବ ଚଳାଇଛନ୍ତି। ଏପରିକି ବାଣୀପଦା ଗାଁରେ ଜଣେ ଲୋକଙ୍କ ବାଡ଼ିରେ ଗୋଟିଏ ଦନ୍ତା ପଶି ଯାଇ ବ୍ୟାପକ ମାତ୍ରାରେ ଫସଲ ନଷ୍ଟ କରି ଦେଇଥିବା ଜଣାଯାଇଛି। ଏହି ସବୁ ହାତୀ.ପଲ ନିକଟରରେ ଥିବା ଡମଣି ଜଙ୍ଗଲରୁ ଆସିଥିବା ସନ୍ଦେହ କରାଯାଉଛି।

ଗାଁ ନିକଟରେ ହାତୀ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଖବର ପାଇବା ପରେ ବନ ବିଭାଗ ସେଠାରେ ପହଞ୍ଚି ହାତୀପଲକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି।

ସେହିପରି କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗାଁରେ ହାତୀ ଉପଦ୍ରବ ଲାଗି ରହିଛି। ଗାଁ ନିକଟରେ ଏକ ହାତୀ ପଲ ଥିବା  ଜଣାଯାଇଛି। ଏହି ଦଳରେ ଅଛନ୍ତି ୨୩ଟି ହାତୀ। ଏହି ହାତୀମାନେ ବହୁ ଚାଷ ଫସଲ ନଷ୍ଟ କରୁଛନ୍ତି।

ଏହା ସହିତ ହାତୀମାନେ ଗାଁ ଭିତରକୁ ପଶି ଆସି ପାରନ୍ତି ବୋଲି ଲୋକେ ଭୟରେ ଅଛନ୍ତି। ବନ ବିଭାଗ ହାତୀମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଛି।

Related story