କରୋନା ମୃତକଙ୍କୁ ଶ୍ମଶାନ ମନା! ଉତ୍ତେଜନା

କଟକ (ଓଡ଼ିଶା ରିପୋର୍ଟର): କରୋନା ମୃତକଙ୍କୁ ଶ୍ମଶାନ ମନା! ଯେଉଁଥିପାଇଁ କଟକ କାଳିଆ ବୋଦା ଶ୍ମଶାନରେ ଉତ୍ତେଜନା ପ୍ରକାଶ ପାଇଛି। କରୋନାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କୁ କାଳିଆବୋଦା ଶ୍ମଶାନରେ ଦାହ ନକରିବା ପାଇଁ ସ୍ଥାନୀୟ ଦାବି କରିଛନ୍ତି। ଏମିତିକି ସ୍ଥାନୀୟ ଅଞ୍ଚଳର ମହିଳାମାନେ ଏକତ୍ରିତ ହୋଇ ଶ୍ମଶାନର ମୁଖ୍ୟ ଫ।ଟକରେ ତାଲା ପକାଇ ଦେଇଛନ୍ତି। ଫଳରେ ଶବ ଗୁଡିକ ଦାହ ହୋଇପାରିନାହିଁ। ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ଏସିପିଙ୍କ ସହ ପୁଲିସ କର୍ମଚାରୀ ଓ […]

cuttack

Manoranjan Sial
  • Published: Monday, 24 August 2020
  • , Updated: 24 August 2020, 06:27 PM IST

କଟକ (ଓଡ଼ିଶା ରିପୋର୍ଟର): କରୋନା ମୃତକଙ୍କୁ ଶ୍ମଶାନ ମନା! ଯେଉଁଥିପାଇଁ କଟକ କାଳିଆ ବୋଦା ଶ୍ମଶାନରେ ଉତ୍ତେଜନା ପ୍ରକାଶ ପାଇଛି। କରୋନାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କୁ କାଳିଆବୋଦା ଶ୍ମଶାନରେ ଦାହ ନକରିବା ପାଇଁ ସ୍ଥାନୀୟ ଦାବି କରିଛନ୍ତି। ଏମିତିକି ସ୍ଥାନୀୟ ଅଞ୍ଚଳର ମହିଳାମାନେ ଏକତ୍ରିତ ହୋଇ ଶ୍ମଶାନର ମୁଖ୍ୟ ଫ।ଟକରେ ତାଲା ପକାଇ ଦେଇଛନ୍ତି।

ଫଳରେ ଶବ ଗୁଡିକ ଦାହ ହୋଇପାରିନାହିଁ। ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ଏସିପିଙ୍କ ସହ ପୁଲିସ କର୍ମଚାରୀ ଓ ପୂର୍ବତନ କର୍ପୋରେଟର ପହଁଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ହେଲେ ସ୍ଥାନୀୟ ମହିଳାମାନେ ଶବସତ୍କାର ସେଠାରେ ନ କରିବା ପାଇଁ ଅଡି ବସିଥିଲେ।

ସିଏମ୍‌ସି କର୍ତ୍ତୃପକ୍ଷ କରୋନାରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ଶବ ଶତ୍କାର ଅନ୍ୟ ସ୍ଥାନରେ କରନ୍ତୁ ବୋଲି ଦାବି କରିଛନ୍ତି।

Related story