ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ
- Published: Wednesday, 24 January 2018
- , Updated: 24 January 2018, 09:56 AM IST
<p>କୋଣାର୍କ: ଆଜି ମାଘ ସପ୍ତମୀ। ସେଥିପାଇଁ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଶ୍ରଦ୍ଧାଳୁ। ବଡି ଭୋରରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ ପକାଇଥିଲେ। ଏଥିପାଇଁ ତୀର୍ଥ ପୁଷ୍କରଣୀ ଖନନ ସହ ବାରିକେଡ ଓ ଅସ୍ଥାୟୀ ଓ୍ୱାଚ ଟାଓ୍ୱାର ନିର୍ମାଣ କରାଯାଇଥିଲା। ପ୍ରାୟ ୩୦ ପ୍ଲାଟୁନ୍ ପୋଲିସ୍‌କୁ ସୁରକ୍ଷା ଦାୟିତ୍ୱରେ ରଖାଯାଇଥିଲା।</p>
<p>ଏହି ଦିନ କୃଷ୍ଣଙ୍କ ପୁଅ ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ କୁହାଯାଏ। ତେଣୁ ପରିବାରକୁ ରୋଗରୁ ମୁକ୍ତ ରଖିବା ପାଇଁ ହିନ୍ଦୁମାନେ ଏହି ଦିନ ବୁଡ଼ ପକାଇ ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ କରନ୍ତି।</p>