ପିଲାଚୋର ଭାବି ପିଟିଲେ, ଶେଷରେ ଜଣାପଡ଼ିଲା...

କାମାକ୍ଷାନଗର (ରାକେଶ ଦେହୁରୀ): ସାରା ରାଜ୍ୟରେ ଦିନକୁ ଦିନକୁ ପିଲା ଚୋର ଗୁଜବ ବ୍ୟାପିବାରେ ଲାଗିଛି। ପୋଲିସ ଯେତେ ସଚେତନ କଲେ ମଧ୍ୟ ଲୋକମାନେ ଏଥିପ୍ରତି ଦୃଷ୍ଟି ନ ଦେଇ, ଯେକେହି ଅଚିହ୍ନା ଲାଗିଲେ ମାରପିଟ୍‌ କରୁଛନ୍ତି। ଆଜି ସମାନ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଟାପାଳରେ। ଆଜି ସକାଳ ପ୍ରାୟ ୧୦ଟା ବେଳେ କଣ୍ଟାପାଳରେ ଜଣେ ଅଚିହ୍ନା ଲୋକ ଚିରା ପ୍ୟାଣ୍ଟ ପିନ୍ଧି ଗାଁ ପାଖରେ ବୁଲୁଥିଲେ। କିଛି ଲୋକ ତାଙ୍କୁ ପିଲା […]

mada

Rakesh Mallick
  • Published: Monday, 11 June 2018
  • , Updated: 11 June 2018, 08:03 PM IST

କାମାକ୍ଷାନଗର (ରାକେଶ ଦେହୁରୀ): ସାରା ରାଜ୍ୟରେ ଦିନକୁ ଦିନକୁ ପିଲା ଚୋର ଗୁଜବ ବ୍ୟାପିବାରେ ଲାଗିଛି। ପୋଲିସ ଯେତେ ସଚେତନ କଲେ ମଧ୍ୟ ଲୋକମାନେ ଏଥିପ୍ରତି ଦୃଷ୍ଟି ନ ଦେଇ, ଯେକେହି ଅଚିହ୍ନା ଲାଗିଲେ ମାରପିଟ୍‌ କରୁଛନ୍ତି। ଆଜି ସମାନ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଟାପାଳରେ।

ଆଜି ସକାଳ ପ୍ରାୟ ୧୦ଟା ବେଳେ କଣ୍ଟାପାଳରେ ଜଣେ ଅଚିହ୍ନା ଲୋକ ଚିରା ପ୍ୟାଣ୍ଟ ପିନ୍ଧି ଗାଁ ପାଖରେ ବୁଲୁଥିଲେ। କିଛି ଲୋକ ତାଙ୍କୁ ପିଲା ଚୋର ଭାବି ଧରିବାକୁ ଗୋଡ଼ାଇଥିଲେ। ସେ ଦଉଡିବାରୁ ତାଙ୍କୁ ଧରି ମାରପିଟ୍‌ କରିଥିଲେ। ପରେ ପୋଲିସ ଜିମାରେ ଦେଇଥିଲେ। ପୋଲିସ ଏନେଇ ତଦନ୍ତ କଲାପରେ ଜଣାପଡ଼ିଥିଲା ଯେ ବ୍ୟକ୍ତି ଜଣଙ୍କ ଝ।ଟିକିପଶି ଗାଁର। ତାଙ୍କର ମାନସିକ ବିକୃତି ରହିଛି। ପୋଲିସ ଏକଥା ଜାଣିବା ପରେ  ତାକୁ ପରିବାର ଲୋକଙ୍କ ଜିମାରେ ଦେଇଛି।

 

 

Related story