ବଜ୍ରାଘାତର ଦେଶୀ ଚିକିତ୍ସା କଲେ ଗ୍ରାମବାସୀ: ମାଟି ଓ ଗୋବରରେ ଶରୀରକୁ ପୋତିଲେ

ସରକାରଙ୍କ ତରଫରୁ ସବୁପ୍ରକାର ସଚେତନତା କାର୍ଯ୍ୟକ୍ରମ ସତ୍ୱେ, ଲୋକମାନେ ଚେତୁ ନାହାଁନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ଲୋକଙ୍କ ଅଜ୍ଞତା ଯୋଗୁ ସ୍ୱାସ୍ଥ୍ୟସେବା ସଫଳତା ପାଉନି। ଏବେବି ସେମାନେ ଦେଶୀ ଚିକିତ୍ସା ଉପରେ ବେଶୀ ଗୁରୁତ୍ୱ ଦେଉଛନ୍ତି। ଆଜି ଏପରି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାରେ କଲ୍ୟାଣସିଂହପୁର ଅଂଚଳରେ। ପଢ଼ନ୍ତୁ ପୂରା ଘଟଣା। କଲ୍ୟାଣସିଂହପୁର (ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଗୋଡ଼ିବଳି ପଞ୍ଚାୟତ କଞ୍ଜାଙ୍ଗମଣ୍ଡି ଗାଁ। ଏହି ଦୁର୍ଗମ ଅଂଚଳରେ ଆଜି ଦେଖିବାକୁ ମିଳିଥିଲା ଏକ ଅଭାବନୀୟ […]

Light

Ordigital Desk
  • Published: Tuesday, 05 June 2018
  • , Updated: 05 June 2018, 08:00 PM IST

ସରକାରଙ୍କ ତରଫରୁ ସବୁପ୍ରକାର ସଚେତନତା କାର୍ଯ୍ୟକ୍ରମ ସତ୍ୱେ, ଲୋକମାନେ ଚେତୁ ନାହାଁନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ଲୋକଙ୍କ ଅଜ୍ଞତା ଯୋଗୁ ସ୍ୱାସ୍ଥ୍ୟସେବା ସଫଳତା ପାଉନି। ଏବେବି ସେମାନେ ଦେଶୀ ଚିକିତ୍ସା ଉପରେ ବେଶୀ ଗୁରୁତ୍ୱ ଦେଉଛନ୍ତି। ଆଜି ଏପରି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାରେ କଲ୍ୟାଣସିଂହପୁର ଅଂଚଳରେ। ପଢ଼ନ୍ତୁ ପୂରା ଘଟଣା।

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଗୋଡ଼ିବଳି ପଞ୍ଚାୟତ କଞ୍ଜାଙ୍ଗମଣ୍ଡି ଗାଁ। ଏହି ଦୁର୍ଗମ ଅଂଚଳରେ ଆଜି ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା। ଗାଁର ଶଙ୍କାର ରାଓ ବିଷୋଇ ଏବଂ ବିଶ୍ୱନାଥ ମାଝୀ ନାମକ ଦୁଇଜଣ ଲୋକ ଜମିରେ କାମ କରିବାକୁ ଯାଇଥିଲେ। ସାରା ଅଂଚଳରେ ପ୍ରବଳ ବର୍ଷା ଲାଗି ରହିଥିଲା। କିନ୍ତୁ ପେଟ ପୋଷିବାକୁ ତ କାମ କରିବାକୁ ପଡ଼ିବ। ତେବେ କାମ କରିବାକୁ ଯାଇଥିବା ବେଳେ ଘଟିଥିଲା ଅଘଟଣ।

ବିଲରେ କାମ କରୁଥିବା ବେଳେ ହଠାତ୍ ବର୍ଷା ଘଡ଼ଘଡ଼ି ବଢ଼ି ଯାଇଥିଲା। ପ୍ରଚଣ୍ଡ ବଜ୍ରାଘାତରେ ଦୁହେଁ ଅଚେତ ହୋଇଗଲେ। ଦୁହେଁ ଗୁରୁତର ହୋଇପଡ଼ି ସେମିତି ବିଲରେ ପଡ଼ି ରହିଥିଲେ। ଏହି ସମୟରେ କିଛି ଗାଁ ଲୋକ ସେମାନଙ୍କୁ ଦେଖିଥିଲେ। ଅଚେତ ଅବସ୍ଥାରେ ଗାଁ ଲୋକେ ସେମାନଙ୍କୁ ଉଠାଇ ଆଣିଲେ ଘରକୁ। ଏହାପରେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନନେଇ ଆରମ୍ଭ କରିଥିଲେ ଦେଶୀ ଚିକିତ୍ସା।

ପ୍ରଥମେ ଅଚେତ ଶଙ୍କର ଓ ବିଶ୍ୱନାଥଙ୍କ ଦେହରେ ଗୋବର ଓ ମାଟିରେ ବୋଳି ଦେଇଥିଲେ। ପାଣି ଢାଳିଥିଲେ। ତା ପରେ ଗୋବର ଓ ମାଟି ମିଶା ଓଦା ଚକଟାରେ ଦୁହିଁଙ୍କୁ ମୁହଁ ଯାଏ ପୂରା ପୋଥି ଦେଇଥିଲେ। କିଛି ସମୟ ପରେ ଦୁହିଁଙ୍କର ଚେତା ଆସିଥିଲେ ହେଁ କିନ୍ତୁ ସେମାନଙ୍କୁ ମେଡିକାଲ ନେବା ନାଁ ଧରିନଥିଲେ।

ଏହି ସମୟରେ ଅଘଟଣ ବିଷୟରେ ଖବର ପାଇ ସେଠାରେ ପହଞ୍ଚିଥିଲେ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀ ପ୍ରଶାନ୍ତ ଗୌଡ଼। ତୁରନ୍ତ ଦୁଇଜଣଙ୍କୁ ମେଡିକାଲ ନେବାକୁ ସେ ପରାମର୍ଶ ଦେଇଥିଲେ। ପରେ ଗାଁଲୋକ ଚିକିତ୍ସା ନିମନ୍ତେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଉଭୟଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

Related story