ଦୁଇ କରୋନା ଚିହ୍ନଟ ପରେ ମଧ୍ୟ ଚେତୁ ନାହାନ୍ତି ଲୋକ, ମାନୁନାହାନ୍ତି ଲକ୍‌ଡାଉନ୍‌ ନିୟମ

ରାଉରକେଲା(ପବନ ତିୱାରୀ): ‘କରୋନା’ ସ୍ଥିତିକୁ ଦେଖି ଭାରତ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ହେଲେ ରାଉରକେଲା ଜନସାଧାରଣ ଏହି ଲକ୍‌ଡାଉନ୍‌ ନିୟମକୁ ମାନୁନଥିବା ଦେଖିବାକୁ ମିଳିଛି। ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଧରି ଲୋକେ ଘରୁ ବାହାରୁଛନ୍ତି। ହାଟ ବଜାରରେ ପନିପରିବା ଓ ଗ୍ରୋସରୀ କିଣିବା ବେଳେ ଲୋକମାନେ ସାମାଜିକ ଦୂରତା ବଜାୟ ରଖୁ ନ ଥିବା ଅଭିଯୋଗ ଆସୁଛି। ଯାହାକୁ ନଜରରେ ରଖି ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା ଓ […]

corona

Manoranjan Sial
  • Published: Thursday, 16 April 2020
  • , Updated: 16 April 2020, 04:44 PM IST

ରାଉରକେଲା(ପବନ ତିୱାରୀ): ‘କରୋନା’ ସ୍ଥିତିକୁ ଦେଖି ଭାରତ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ହେଲେ ରାଉରକେଲା ଜନସାଧାରଣ ଏହି ଲକ୍‌ଡାଉନ୍‌ ନିୟମକୁ ମାନୁନଥିବା ଦେଖିବାକୁ ମିଳିଛି। ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଧରି ଲୋକେ ଘରୁ ବାହାରୁଛନ୍ତି। ହାଟ ବଜାରରେ ପନିପରିବା ଓ ଗ୍ରୋସରୀ କିଣିବା ବେଳେ ଲୋକମାନେ ସାମାଜିକ ଦୂରତା ବଜାୟ ରଖୁ ନ ଥିବା ଅଭିଯୋଗ ଆସୁଛି। ଯାହାକୁ ନଜରରେ ରଖି ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା ଓ ତାଙ୍କ ଟିମ୍ ସହରର ବିଭିନ୍ନ ସ୍ଥାନରେ ବୁଲି ଲୋକଙ୍କୁ ତାଗିଦ୍ କରୁଛନ୍ତି।

ରାଜ୍ୟରେ ‘କରୋନା’ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେବି ୪୦ ଜଣ ବିଭିନ୍ନ କୋଭିଡ୍‌ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଅନେକ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ଆକ୍ରାନ୍ତଙ୍କ ଭିତରୁ ୨ ଜଣ ସୁନ୍ଦରଗଡ଼ ଅଞ୍ଚଳରେ ରହିଛନ୍ତି। ସଂକ୍ରମିତ ଅଞ୍ଚଳକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାନିଟାଇଜ୍‌ କରାଯାଉଛି। ଏପରିକି ଆଶା, ଅଙ୍ଗନୱାଡ଼ି ଓ ଏଏନ୍‌ଏମ୍‌ ଦିଦି ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଛନ୍ତି।

Related story