କାହାକୁ ଭୋଟ ଦେବେ କୋଟିଆ ବାସୀ?

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): କାହାର ହେବେ ବିବାଦୀୟ କୋଟିଆ ଅଞ୍ଚଳବାସୀ ? ଓଡ଼ିଶା-ଆନ୍ଧ୍ର ସୀମାରେ ଥିବା ଏହି ବିବାଦୀୟ ଅଞ୍ଚଳର ଲୋକେ କାହାକୁ ଦେବେ ଭୋଟ୍? ସାଧାରଣ ନିର୍ବାଚନକୁ ଦେଖି ରାଜନେତାଙ୍କ ଭିତରେ ଏପରି କଳ୍ପନାଜଳ୍ପନା ଲାଗି ରହିଛି। ତେବେ ରାଜ୍ୟ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଥିବା ଏହି ଗାଁକୁ ଆନ୍ଧ୍ର ସରକାର ନିଜ କବ୍‌ଜାକୁ ନେବା ଲାଗି ଉଦ୍ୟମ କରୁଥିବା ନେଇ ଓଡ଼ିଶା ରିପୋର୍ଟରରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଚେତିଥିଲେ ରାଜ୍ୟ ସରକାର। ଏଠାରେ […]

kotia

Manoranjan Sial
  • Published: Friday, 29 March 2019
  • , Updated: 29 March 2019, 08:32 PM IST

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): କାହାର ହେବେ ବିବାଦୀୟ କୋଟିଆ ଅଞ୍ଚଳବାସୀ ? ଓଡ଼ିଶା-ଆନ୍ଧ୍ର ସୀମାରେ ଥିବା ଏହି ବିବାଦୀୟ ଅଞ୍ଚଳର ଲୋକେ କାହାକୁ ଦେବେ ଭୋଟ୍? ସାଧାରଣ ନିର୍ବାଚନକୁ ଦେଖି ରାଜନେତାଙ୍କ ଭିତରେ ଏପରି କଳ୍ପନାଜଳ୍ପନା ଲାଗି ରହିଛି।

ତେବେ ରାଜ୍ୟ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଥିବା ଏହି ଗାଁକୁ ଆନ୍ଧ୍ର ସରକାର ନିଜ କବ୍‌ଜାକୁ ନେବା ଲାଗି ଉଦ୍ୟମ କରୁଥିବା ନେଇ ଓଡ଼ିଶା ରିପୋର୍ଟରରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଚେତିଥିଲେ ରାଜ୍ୟ ସରକାର। ଏଠାରେ ରାଜ୍ୟ ପ୍ରଶାସନିକ ଅଧିକାରୀ ପହଞ୍ଚିବା ସହ ରାସ୍ତାଘାଟ, ବିଜୁଳି ଓ ପାଣି ଯୋଗାଣ ଭଳି ମୌଳିକ ଭିତ୍ତିଭୂମିର ବିକାଶ ଲାଗି କିଛି ପଦକ୍ଷେପ ମଧ୍ୟ ନେଇଥିଲେ।

ତେବେ ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ଏଠାକାର ଲୋକଙ୍କୁ ବିଭିନ୍ନ ଯୋଜନା ସାମିଲ କରିବା ସହ କୋଟିଆବାସୀଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ଲାଗି ଅହରହ ଉଦ୍ୟମ କରୁଛନ୍ତି। ତେଣୁ ଏଥର ନିର୍ବାଚନରେ କୋଟିଆବାସୀ କେଉଁ ରାଜ୍ୟର ଭୋଟର ହେବେ, ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। କୋଟିଆବାସୀଙ୍କ ପାଖରେ ଉଭୟ ରାଜ୍ୟର ଭୋଟର କାର୍ଡ ରହିଛି। ସେହିପରି ଏଠାରେ ଉଭୟ ଓଡ଼ିଶା ଓ ଆନ୍ଧ୍ର ପାଇଁ ଭୋଟ ନିଆଯିବ। ତେବେ ଗୋଟିଏ ଦିନରେ ଅର୍ଥାତ ଏପ୍ରିଲ ୧୧ ପ୍ରଥମ ପର୍ଯ୍ୟାୟରେ ଏଠାରେ ଭୋଟ ଗ୍ରହଣ ହେଉଥିବାରୁ କୋଟିଆବାସୀ କେଉଁ ରାଜ୍ୟ ପାଇଁ ଭୋଟ ଦେଉଛନ୍ତି, ଏବେ ତା' ଉପରେ ସମସ୍ତଙ୍କ ନଜର ରହିଛି।

ତେବେ ଓଡ଼ିଶା ପାଇଁ କରାଯାଇଥିବା ବୁଥ୍‌ ଗାଁଠାରୁ ୫ରୁ ୬ କିଲୋମିଟର ଦୂରରେ ରହିଛି। ସେହିପରି ପଞ୍ଚାୟତର ସମସ୍ତ ୨୧ଟି ଗାଁକୁ ସ୍ଥାୟୀ ରାସ୍ତାର ସୁବିଧା ନାହିଁ। ତେଣୁ ଭୋଟ୍ ବେଳେ ଲୋକଙ୍କୁ ନେବା ଆଣିବାର ବ୍ୟବସ୍ଥା ନକଲେ ସ୍ଥାନୀୟ ଭୋଟର ଓଡ଼ିଶା ବୁଥ୍‌ ବଦଳରେ ଆନ୍ଧ୍ର ବୁଥ୍‌ରେ ଭୋଟ ଦେବାର ଆଶଙ୍କା ରହିଛି।

Related story