ଓଲଟି ପଡ଼ିଲା ସୋରିଷ ତେଲ ବୋଝେଇ ମିନି ଟ୍ରକ୍; ଯିଏ ଯେତେ ପାରିଲା ବୋହିନେଲା

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଗୋଳାବନ୍ଧ ଗାଁ ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଆଜି ଏକ ସୋରିଷ ତେଲ ବୋଝେଇ ମିନି ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ଏଥିରେ ବୋଝେଇ ହୋଇଥିବା ତେଲ ପେଟି ସବୁ ଏଣେତେଣେ ପଡ଼ି ଯାଇଥିଲା। ଦୁର୍ଘଟଣା ପରେ ଡ୍ରାଇଭର ବି ଫେରାର ହୋଇଯାଇଥିଲେ। ଆଉ ଏହା ପରେ ଲୋକେ ସେଠାରୁ ତେଲ ବୋହି ନେଇଥିଲେ। ସାଇକେଲ୍ ଓ ବାଇକର୍‌ରେ ଲୋକେ ତେଲ ପେଟି […]

loot

Jitendra Garnayak
  • Published: Wednesday, 26 June 2019
  • , Updated: 26 June 2019, 02:39 PM IST

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଗୋଳାବନ୍ଧ ଗାଁ ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଆଜି ଏକ ସୋରିଷ ତେଲ ବୋଝେଇ ମିନି ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ଏଥିରେ ବୋଝେଇ ହୋଇଥିବା ତେଲ ପେଟି ସବୁ ଏଣେତେଣେ ପଡ଼ି ଯାଇଥିଲା। ଦୁର୍ଘଟଣା ପରେ ଡ୍ରାଇଭର ବି ଫେରାର ହୋଇଯାଇଥିଲେ। ଆଉ ଏହା ପରେ ଲୋକେ ସେଠାରୁ ତେଲ ବୋହି ନେଇଥିଲେ। ସାଇକେଲ୍ ଓ ବାଇକର୍‌ରେ ଲୋକେ ତେଲ ପେଟି ବୋହି ନେଇ ଯାଇଥିଲେ। ଏମିତିକି ରାସ୍ତାରେ ଯା’ଆସ କରୁଥିବା ଲୋକେ ବି ଓହ୍ଲାଇ ତେଲ ବୋହି ନେଇ ଯାଇଥିଲେ। ପିଲାଠୁ ବୟସ୍କ କେହି ଏଥିରୁ ବାଦ୍ ପଡ଼ି ନଥିଲେ। ଏ ଘଟଣାକୁ ବିଭିନ୍ନ ବର୍ଗରୁ ସମାଲୋଚନା କରାଯାଉଛି।

Related story