ବାଇଦାଳୀ ଗାଁରେ ନଳକୂଅ ଅଚଳ, ଲୋକଙ୍କୁ ସାହା ଚୁଆ ପାଣି

ଉଦଳା(ମାନସ ପାଣି): ବସୁଧା ଯୋଜନାରେ ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଏବେ ବି ଆମ ରାଜ୍ୟରେ ଏମିତି ଗାଁ ଅଛି ଯେଉଁଠି ଲୋକମାନେ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଏବଂ ଚୁଆରୁ ପାଣି ଆଣି ପିଉଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବାହୁବନ୍ଧ ପଞ୍ଚାୟତର ବାଇଦାଳୀ […]

udala

Tapaswini Nayak
  • Published: Saturday, 08 January 2022
  • , Updated: 08 January 2022, 02:30 PM IST

ଉଦଳା(ମାନସ ପାଣି): ବସୁଧା ଯୋଜନାରେ ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଏବେ ବି ଆମ ରାଜ୍ୟରେ ଏମିତି ଗାଁ ଅଛି ଯେଉଁଠି ଲୋକମାନେ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଏବଂ ଚୁଆରୁ ପାଣି ଆଣି ପିଉଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବାହୁବନ୍ଧ ପଞ୍ଚାୟତର ବାଇଦାଳୀ ଗାଁରେ।

ବାଇଦାଳୀ ଗାଁଟି ଉଦଳା ବ୍ଲକ୍‌ ସଦର ମହକୁମା ଠାରୁ ମାତ୍ର ୧୨କିଲୋମିଟର ଦୂରରେ ଅବସ୍ଥିତ। ଏହି ଗାଁରେ ୩୦ରୁ ଅଧିକ ପରିବାର ବସବାସ କରନ୍ତି। ସରକାରଙ୍କ ପକ୍ଷରୁ ଏହି ଗାଁରେ ଗୋଟିଏ ନଳକୂଅ ବସାଯାଇଥିଲା। ଏହାସହ ଗାଁରେ ଦୁଇଟି କୂଅ ମଧ୍ୟ ଥିଲା।  ତିନିରୁ ଚାରିବର୍ଷ ହେବ ନଳକୂପଟି ଅଚଳ ହୋଇ ପଡ଼ିଥିବା ବେଳେ ଦୁଇଟି କୂଅ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଗ୍ରାମବାସୀମାନେ ଗାଁଠାରୁ କିଛି ଦୂରରେ ଥିବା ଚୁଆରୁ ପାଣି ଆଣି ପିଉଛନ୍ତି। ଖରାଦିନରେ ଚୁଆରେ ପାଣି ଶୁଖିଯିବାରୁ ଲୋକେ ନିକଟସ୍ଥ ଗାଁରୁ ପାଣି ଆଣିଥା’ନ୍ତି।

[caption id="attachment_705033" align="aligncenter" width="650"]      ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି କୂଅ[/caption]

ଗାଁରେ ପାଣି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି। କିନ୍ତୁ  ଏପର୍ଯ୍ୟନ୍ତ ଗାଁର ପାଣି ସମସ୍ୟାର ସମାଧାନ ହୋଇପାରି ନଥିବା ଗ୍ରାମବାସୀ କାନ୍ଦନ ସୋରେନ କହିଛନ୍ତି।

[caption id="attachment_705037" align="aligncenter" width="650"] ନଳକୂପଟି ଅଚଳ ହୋଇ ପଡ଼ିଛି[/caption]

ଅନ୍ୟ ଜଣେ ଗ୍ରାମବାସୀ ବାସନ୍ତୀ ସୋରେନ କହିଛନ୍ତି, ପାନୀୟ ଜଳ ସମସ୍ୟାର ସମାଧାନ ନ ହେଲେ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ବର୍ଜନ କରିବୁ। ନେତାଙ୍କୁ ଗାଁରେ ପୂରାଇ ଦେବୁନି।

ଉଦଳା ବିଡିଓ ଦେବଜାନୀ ଭୁଁୟା କହିଛନ୍ତି, ଏହି ବିଷୟରେ ଗ୍ରାମ୍ୟ ପରିମଳ ବିଭାଗର ଯନ୍ତ୍ରୀଙ୍କୁ ଜଣାଇବି। ବାଇଦାଳୀ ଗାଁରେ ପାନୀୟ ଜଳ ସମସ୍ୟାର ସମାଧାନ  କରାଯିବ।

 

Related story