ମାଟି ଘରେ ପାଣି ପଶୁଛି, ଜନ୍ତୁ ଭୟରେ ଦିନ କାଟୁଛନ୍ତି ଗରିବ

ବଲାଙ୍ଗିର(ସସ୍ମିତା ସାହୁ): ପ୍ରବଳ ନିଦାଘ ପରେ ଆସିଛି ବର୍ଷା ଋତୁ । ପଲ୍ଳବିତ ହୋଇ ଉଠିଛି ତରୁଲତା । ସବୁଜ ରଙ୍ଗର ଚାଦର ପିନ୍ଧିଛି ଧରଣୀ ରାଣୀ । ବଲାଙ୍ଗିର ସହରରେ ଦୀର୍ଘ ଦିନରୁ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିଲା । ତେଣୁ ବର୍ଷାକୁ ଚାତକ ପରି ଚାହିଁ ରହିଥିଲେ ସମସ୍ତେ । ଏବେ ବର୍ଷା ଆସିବା ପରେ ସମସ୍ତେ ଆସ୍ୱସ୍ତ ହୋଇଛନ୍ତି। ଚାଷୀ ମନରେ ହରଷ ଭରିଦେଇଥିଲେ ବି ଗରିବ ଗୁରୁବାଙ୍କ ଦୁଃଖ ବଢାଇ […]

57

Rakesh Mallick
  • Published: Monday, 02 July 2018
  • , Updated: 02 July 2018, 08:40 PM IST

ବଲାଙ୍ଗିର(ସସ୍ମିତା ସାହୁ): ପ୍ରବଳ ନିଦାଘ ପରେ ଆସିଛି ବର୍ଷା ଋତୁ । ପଲ୍ଳବିତ ହୋଇ ଉଠିଛି ତରୁଲତା । ସବୁଜ ରଙ୍ଗର ଚାଦର ପିନ୍ଧିଛି ଧରଣୀ ରାଣୀ । ବଲାଙ୍ଗିର ସହରରେ ଦୀର୍ଘ ଦିନରୁ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିଲା । ତେଣୁ ବର୍ଷାକୁ ଚାତକ ପରି ଚାହିଁ ରହିଥିଲେ ସମସ୍ତେ । ଏବେ ବର୍ଷା ଆସିବା ପରେ ସମସ୍ତେ ଆସ୍ୱସ୍ତ ହୋଇଛନ୍ତି। ଚାଷୀ ମନରେ ହରଷ ଭରିଦେଇଥିଲେ ବି ଗରିବ ଗୁରୁବାଙ୍କ ଦୁଃଖ ବଢାଇ ଦେଇଛି ବର୍ଷ।

ମାଟି ଘର କରିଥିବା ଗରିବ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନା ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରହିଛି । କିନ୍ତୁ ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନି । ଫଳରେ ଏବେ ବି ଗାଁଠୁ ସହର ସବୁଠି  ଶହ ଶହ ପରିବାର ମାଟି କୁଡିଆ ଏବଂ ପଲିଥିନର ଚାଦର ଭିତରେ ଜୀବନ ବିତାଉଛନ୍ତି । ବର୍ଷା ଆସିଯିବାରୁ ମାଟି କାନ୍ଥ ସବୁ ଓଦା ହୋଇ ଭାଙ୍ଗିବାକୁ ବସିଛି । ଆଉ କେଉଁଠି ଘରର ଛପରରେ ଥିବା ଖପର ଭାଙ୍ଗିବାରେ ଲାଗିଛି । ଛପର ସଜାଡିବା ପାଇଁ ପାଖରେ ଟଙ୍କା ନ ଥିବାରୁ ଭାଗ୍ୟ ଆଦରି ପଡି ରହିଛନ୍ତି ଅନେକ ଗ୍ରାମବାସୀ। କିଛି ଲୋକେ ଧାର ଉଧାର କରି ନିଜ ଘର ଓ ଛପର ସଜାଡିବାରେ ଲାଗିପଡିଛନ୍ତି। ହେଲେ ଯାହାଙ୍କ ପାଖରେ ଟଙ୍କା ନାହିଁ, ସେମାନେ ଘର ସଜାଡି ପାରୁନାହାନ୍ତି ।  ବର୍ଷା ହେଲେ ଘର ଭିତର ଓଦା ହେବା ସହ ସନ୍ତସନ୍ତିଆ ହୋଇ ଯାଉଛି । ଘର ଭିତରକୁ ବିଭିନ୍ନ ବିଶାକ୍ତ ଜନ୍ତୁ ପଶି ଯାଉଛନ୍ତି। ଏଣୁ ସରକାରୀ ସ୍ତରରେ କିଛି ଯୋଜନାରୁ ଟଙ୍କା ପ୍ରଦାନ କରାଗଲେ ଗରିବ ଲୋକେ ଉପକୃତ ହୋଇପାରନ୍ତେ ବୋଲି ଦାବି ହେଉଛି।

Related story