Advertisment

ଢିଙ୍କିଆରେ ଉତ୍ତେଜନା; ଗାଁ ମୁଣ୍ଡରେ ପୁଲିସ୍‌କୁ ଜଗିଛନ୍ତି ଶିଶୁ ସେନା!

ପାରାଦୀପ(ରମାକାନ୍ତ ନାୟକ): ଢିଙ୍କିଆରେ ଉତ୍ତେଜନା ଜାରି ରହିଛି। ପୁଲିସ ଭୟରେ ଫାଟକ ପକାଇ ଗାଁ ଲୋକେ ଜଗି ରହିଛନ୍ତି। ଫାଟକଠାରୁ ପ୍ରାୟ ୫୦ରୁ ୧୦୦ ମିଟର ଦୂରରେ ପୁଲିସ ଫୋର୍ସ ଡେରା ପକାଇଛି। ଢିଙ୍କିଆର ୩ଟି ଯାକ ପ୍ରବେଶ ପଥରେ ସମାନ ଚିତ୍ର ଦେଖିବାକୁ ମିଳିଛି। ଜବରଦଖଲ ପାଇଁ ଏକ ସଙ୍ଗେ ୩ ପର୍ଶ୍ୱରୁ ଗାଁ ଭିତରକୁ ପୁଲିସ ପ୍ରବେଶ କରିବ ବୋଲି ଗାଁ ଲୋକେ ଆଶଙ୍କା କରି ୩ଟି ଯାକ ଫାଟକ ନିକଟରେ ଏକାଠି ହୋଇଛନ୍ତି। […]

author-image
Manoranjan Sial
ଅଦ୍ୟତନ ହୋଇଛି
ଢିଙ୍କିଆରେ ଉତ୍ତେଜନା; ଗାଁ ମୁଣ୍ଡରେ ପୁଲିସ୍‌କୁ ଜଗିଛନ୍ତି ଶିଶୁ ସେନା!

Paradeep

ପାରାଦୀପ(ରମାକାନ୍ତ ନାୟକ): ଢିଙ୍କିଆରେ ଉତ୍ତେଜନା ଜାରି ରହିଛି। ପୁଲିସ ଭୟରେ ଫାଟକ ପକାଇ ଗାଁ ଲୋକେ ଜଗି ରହିଛନ୍ତି। ଫାଟକଠାରୁ ପ୍ରାୟ ୫୦ରୁ ୧୦୦ ମିଟର ଦୂରରେ ପୁଲିସ ଫୋର୍ସ ଡେରା ପକାଇଛି। ଢିଙ୍କିଆର ୩ଟି ଯାକ ପ୍ରବେଶ ପଥରେ ସମାନ ଚିତ୍ର ଦେଖିବାକୁ ମିଳିଛି। ଜବରଦଖଲ ପାଇଁ ଏକ ସଙ୍ଗେ ୩ ପର୍ଶ୍ୱରୁ ଗାଁ ଭିତରକୁ ପୁଲିସ ପ୍ରବେଶ କରିବ ବୋଲି ଗାଁ ଲୋକେ ଆଶଙ୍କା କରି ୩ଟି ଯାକ ଫାଟକ ନିକଟରେ ଏକାଠି ହୋଇଛନ୍ତି। ପୁଲିସ ଗତିପଥକୁ ରୋକିବା ପାଇଁ ଆଗରେ ଶିଶୁ ସେନା ବା ଛୋଟ ପିଲା ଠିଆ ହୋଇଛନ୍ତି। ତା’ ପଛକୁ ମହିଳା ଓ ଶେଷରେ ପୁରୁଷମାନେ ପରିସ୍ଥିତିର ସାମ୍ନା କରିବାକୁ ସଜାଗ ରହିଛନ୍ତି। ଆଜି ମାହାଳ ପଟୁ ପ୍ରଶାସନ ପାନବରଜ ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଛି।

Advertisment

ପୂର୍ବରୁ ଦୁଇଥର ପୁଲିସ ଢିଙ୍କିଆ ଗ୍ରାମ ଭିତରେ ପ୍ରବେଶ କରି JSW ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ସ୍ଵାଇଁଙ୍କ ଦାଦା ଓ ଭଉଣୀଙ୍କୁ ଉଠାଇ ନେଇଥିଲା। ଏଥିସହ ଭଙ୍ଗାରୁଜା ଓ ମାଡ଼ପିଟ୍‌ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହାପରଠାରୁ ଗାଁର ପ୍ରବେଶ ପଥରେ ଢିଙ୍କିଆ ଗ୍ରାମବାସୀ ଫାଟକ ତିଆରି କରି ତାଲା ପକାଇଛନ୍ତି। ପୁଲିସ ଓ ପ୍ରଶାସନିକ ଅଧିକାରୀ ଯେପରି ଗାଁରେ ପ୍ରବେଶ କରି ନ ପାରିବେ, ସେଥିପାଇଁ ନିୟମିତ ପହରା ଦେଉଛନ୍ତି।

ପସ୍କୋ ପାଇଁ ଅଧିଗ୍ରହଣ ହୋଇଥିବା ଜମିରେ JSW ପ୍ରକଳ୍ପ ପ୍ରତିଷ୍ଠା କରିବ। ଏଥିପାଇଁ ରାଜ୍ୟ ସରକାର ସହମତି ଦେବା ପରେ ଜବରଦଖଲ ପ୍ରକ୍ରିୟା ଚାଲିଛି। ମାତ୍ର ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକ। ଆଉ ଦାବି କରିଛନ୍ତି, ଢ଼ିଙ୍କିଆ ଓ ତା’ର ଆଖପାଖ ଅଞ୍ଚଳର ଜମି ଉର୍ବର। ଏଠାରେ ବିଭିନ୍ନ ପ୍ରକାର ଫସଲ ହେଉଛି। ତେଣୁ ଏଠାରେ ପ୍ରକଳ୍ପ ପ୍ରତିଷ୍ଠା କରାଗଲା ମାଟି ଉର୍ବରତା ନଷ୍ଟ ହୋଇଯିବ। ତେଣୁ ଜିଲ୍ଲାର ଅନ୍ୟ କେଉଁଠି ପ୍ରକଳ୍ପ କରାଯାଉ ବୋଲି ଗାଁ ଲୋକେ ଦାବି କରିଛନ୍ତି।

Advertisment

୨୦୨୧ ମସିହା ଡିସେମ୍ୱର ମାସରେ ପ୍ରସ୍ତାବିତ JSW ପ୍ରକଳ୍ପକୁ ନେଇ ଢିଙ୍କିଆ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖିଦେଇଥିଲା। ପୁଲିସ୍‌ ଓ ଗାଁ ଲୋକେ ମୁହାଁମୁହିଁ ହୋଇଥିଲେ। ଛୋଟ ପିଲାଠୁ ଆରମ୍ଭ କରି ପୁରୁଷ ଓ ମହିଳାମାନେ ଏହି ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ଜଟାଧାରୀ ମୁହାଁଣ ପାଖ ବାଲିଟିକିରା ଅଞ୍ଚଳ ରଣକ୍ଷେତ୍ର ପାଲଟିଥିଲା।

JSW Project