‘ବ୍ରିଟେନ ଫେରନ୍ତାଙ୍କର ହେବ ଜେନେଟିକ ଆନାଲିସିସ୍’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରିଟେନରେ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନ ଯୋଗୁ ଏବେ ସମଗ୍ର ବିଶ୍ୱବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏପରି ସ୍ଥିତିରେ ଓଡ଼ିଶାରେ ଏହାର କାୟା ଯେପରି ପୁନର୍ବାର ବିସ୍ତାର କରି ଲୋକଙ୍କୁ କଲବଲ ନ କରେ ସେଥିନିମନ୍ତେ ଆଗୁଆ ପଦକ୍ଷେପ ନିଆଯାଉଛି। ବ୍ରିଟେନ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି। ନୂଆ ଷ୍ଟ୍ରେନରେ ପୂର୍ବ ରୋଗୀଙ୍କ ଭଳି ଲକ୍ଷଣ ସମାନ ଦେଖାଯାଉଥିଲେ ମଧ୍ୟ ଏହାକୁ ନେଇ ଅନୁଧ୍ୟାନ ଚାଲିଛି। […]

corona-01

Niharika Rout
  • Published: Thursday, 24 December 2020
  • , Updated: 24 December 2020, 12:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରିଟେନରେ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନ ଯୋଗୁ ଏବେ ସମଗ୍ର ବିଶ୍ୱବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏପରି ସ୍ଥିତିରେ ଓଡ଼ିଶାରେ ଏହାର କାୟା ଯେପରି ପୁନର୍ବାର ବିସ୍ତାର କରି ଲୋକଙ୍କୁ କଲବଲ ନ କରେ ସେଥିନିମନ୍ତେ ଆଗୁଆ ପଦକ୍ଷେପ ନିଆଯାଉଛି।

ବ୍ରିଟେନ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି। ନୂଆ ଷ୍ଟ୍ରେନରେ ପୂର୍ବ ରୋଗୀଙ୍କ ଭଳି ଲକ୍ଷଣ ସମାନ ଦେଖାଯାଉଥିଲେ ମଧ୍ୟ ଏହାକୁ ନେଇ ଅନୁଧ୍ୟାନ ଚାଲିଛି। ନୂଆ ଷ୍ଟ୍ରେନରେ ସଂକ୍ରମଣ ଅଧିକ ରହୁଛି ବୋଲି ବିଶେଷଜ୍ଞମାନେ ମତ ଦେଉଥିବା ବେଳେ ଆମକୁ ଭୟଭୀତ ନୁହେଁ, ସଚେତନ ରହିବାକୁ ପଡ଼ିବ ବୋଲି କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି।

କରୋନାର ନୂଆ ଷ୍ଟ୍ରେନକୁ ଦ୍ୱିତୀୟ ୱେଭ ବୋଲି କୁହାଯାଇପାରିବ ନାହିଁ । କିନ୍ତୁ ବ୍ରିଟେନ ଫେରନ୍ତାଙ୍କ ଜେନେଟିକ ଆନାଲିସିସ୍ ହେବ ବୋଲି କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି। ଏଥିସହ ବ୍ରିଟେନ ଫେରନ୍ତାଙ୍କୁ ନିଜ ସମ୍ପର୍କରେ ସୂଚନା ଦେବାକୁ ମଧ୍ୟ ସେ ଆହ୍ୱାନ କରିଛନ୍ତି।

ଜେନେଟିକ ଆନାଲିସିସ ଦ୍ୱାରା ଆକ୍ରାନ୍ତଙ୍କ ଶରୀରରେ ବ୍ରିଟେନ୍ ଷ୍ଟ୍ରେନ୍ ଅଛି କି ନାହିଁ ତାହା ଅନୁଶୀଳନ କରାଯାଇ ପାରିବ ବୋଲି ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡା ।

Related story