ଗାଁ ରାସ୍ତା ବିବାଦକୁ ନେଇ ଜାତୀୟ ରାଜପଥ ଅବରୋଧ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ରାସ୍ତାକୁ ନେଇ ନୟାଗଡ଼ ଜିଲ୍ଲା ସଦର ଥାନା ଗୁଡୁପାଙ୍ଗି ଗାଁ ଓ ୧୭ ଖଣ୍ଡ ମୌଜା ମଧ୍ୟରେ ଲାଗିଥିବା ଦୀର୍ଘ ଦିନର ବିବାଦ ଆଜି ପୁଣି ଉଗ୍ରରୂପ ନେଇଛି। ପ୍ରଶାସନ ଓ ଶାନ୍ତି କମିଟି ପକ୍ଷରୁ ବାରମ୍ବାର ଆଲୋଚନା ବିଫଳ ହେବା ପରେ ପୁଣି ଜାତୀୟ ରାଜପଥ କୁ ଓହ୍ଲାଇଛନ୍ତି ୧୭ ଖଣ୍ଡ ମୌଜାର ଅଧିବାସୀ। ସେମାନେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ ଶିମିଳି ସାହି ଠାରେ ଅବରୋଧ କରିଛନ୍ତି। ଗୁଡୁପାଙ୍ଗି […]

Protest

Jitendra Garnayak
  • Published: Thursday, 08 July 2021
  • , Updated: 08 July 2021, 11:15 AM IST

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ରାସ୍ତାକୁ ନେଇ ନୟାଗଡ଼ ଜିଲ୍ଲା ସଦର ଥାନା ଗୁଡୁପାଙ୍ଗି ଗାଁ ଓ ୧୭ ଖଣ୍ଡ ମୌଜା ମଧ୍ୟରେ ଲାଗିଥିବା ଦୀର୍ଘ ଦିନର ବିବାଦ ଆଜି ପୁଣି ଉଗ୍ରରୂପ ନେଇଛି। ପ୍ରଶାସନ ଓ ଶାନ୍ତି କମିଟି ପକ୍ଷରୁ ବାରମ୍ବାର ଆଲୋଚନା ବିଫଳ ହେବା ପରେ ପୁଣି ଜାତୀୟ ରାଜପଥ କୁ ଓହ୍ଲାଇଛନ୍ତି ୧୭ ଖଣ୍ଡ ମୌଜାର ଅଧିବାସୀ। ସେମାନେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ ଶିମିଳି ସାହି ଠାରେ ଅବରୋଧ କରିଛନ୍ତି।

ଗୁଡୁପାଙ୍ଗି ଗାଁ ଓ ୧୭ ଖଣ୍ଡ ମୌଜା ମଧ୍ୟରେ ଦୀର୍ଘ ଦିନ ହେବ ରାସ୍ତାକୁ ନେଇ ବିବାଦ ଲାଗି ରହିଛି। ଗୁଡ଼ୁପାଙ୍ଗି ଗାଁ ଦେଇ ୧୭ ଖଣ୍ଡ ମୌଜାକୁ ଏକ ରାସ୍ତା ଯିବାକୁ ଚୂଡ଼ାନ୍ତ ହୋଇଛନ୍ତି। ତେବେ ଏହି ରାସ୍ତା ପାଇଁ ଚିହ୍ନଟ ହୋଇଥିବା ସରକାରୀ ଜାଗାକୁ ଗୁଡୁପାଙ୍ଗି ଗ୍ରାମବାସୀ ଛାଡ଼ୁ ନଥିବା ଅଭିଯୋଗ ହୋଇଛି। ୧୭ ଖଣ୍ଡ ମୌଜା ଅଧିବାସୀ ଏହି ଅଭିଯୋଗ କରି ବିଗତ ଦିନରେ ପ୍ରତିବାଦ କରିବା ସହିତ ରାସ୍ତାରୋକ ମଧ୍ୟ କରିଥିଲେ।

ଶାନ୍ତି କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ସଭା କରାଯାଇ ନିଷ୍ପତ୍ତି ପାଇଁ ଉଦ୍ୟମ ହୋଇଥିଲା ବେଳେ କୌଣସି ସ୍ଥାୟୀ ସମାଧାନ ହୋଇପାରି ନ ଥିଲା। ତେଣୁ ଆଜି ୧୭ ଖଣ୍ଡ ମୌଜା ଅଧିବାସୀ ପୁଣି ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି।

ଟାଉନ୍ ଥାନା ପୁଲିସ୍ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି। କିନ୍ତୁ ସେମାନେ କାହା କଥା ଶୁଣିବାକୁ ନାରାଜ। ପ୍ରଶାସନ ସେମାନଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

Related story