ସାଙ୍ଗ ବାହାଘରକୁ ଯାଇଥିଲେ; ବ୍ୟାରେଜକୁ ଖସିପଡ଼ିଲା କାର୍

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଆନ୍ଧ୍ର ପ୍ରଦେଶର ଗୋଟା ବ୍ୟାରେଜକୁ ଏକ କାର୍‌ ଖସି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଦ୍ୱୟ ହେଲେ ଆନ୍ଧ୍ର ପ୍ରଦେଶ କାକିନାଡ଼ାର ଏନଭିଏସ. ପବନ(୩୨) ଓ ଖମାମର ବି. ଚନ୍ଦ୍ର(୪୫)। ସେହିପରି ଗୁରୁତରମାନେ ହେଲେ କାକିନାଡ଼ାର ଏସ୍. ପ୍ରବୀଣ, ବୋବିଲିର ଏସ୍. ମହେଶ୍ୱର ରାଓ ଏବଂ ମଗୋଲତୁରୁର ପି.ଭି. ଗିରିପ୍ରସାଦ। ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ମୃତାହତ ସମସ୍ତେ […]

accident

accident

Jyoshna Pradhan
  • Published: Friday, 31 January 2020
  • Updated: 31 January 2020, 12:12 PM IST

Sports

Latest News

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଆନ୍ଧ୍ର ପ୍ରଦେଶର ଗୋଟା ବ୍ୟାରେଜକୁ ଏକ କାର୍‌ ଖସି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଦ୍ୱୟ ହେଲେ ଆନ୍ଧ୍ର ପ୍ରଦେଶ କାକିନାଡ଼ାର ଏନଭିଏସ. ପବନ(୩୨) ଓ ଖମାମର ବି. ଚନ୍ଦ୍ର(୪୫)। ସେହିପରି ଗୁରୁତରମାନେ ହେଲେ କାକିନାଡ଼ାର ଏସ୍. ପ୍ରବୀଣ, ବୋବିଲିର ଏସ୍. ମହେଶ୍ୱର ରାଓ ଏବଂ ମଗୋଲତୁରୁର ପି.ଭି. ଗିରିପ୍ରସାଦ। ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ମୃତାହତ ସମସ୍ତେ ସାଙ୍ଗ ବାହାଘରରେ ଯୋଗ ଦେବା ପାଇଁ ପାରଳାଖେମୁଣ୍ଡି ଯାଇଥିଲେ। ହେଲେ ସେମାନେ ରାତିରେ ପାରଳାଖେମୁଣ୍ଡିରୁ କାକିନାଡ଼ା ଯାଉଥିବା ବେଳେ ଅନ୍ଧାର ଯୋଗୁ ରାସ୍ତା ପାଇ ନଥିଲେ। ପାରଳାଖେମୁଣ୍ଡି ଏବଂ ଶ୍ରୀକାକୁଲମ୍‌  ମଝିରେ ଥିବା ଗୋଟା ବ୍ୟାରେଜକୁ ତାଙ୍କ କାର୍ ଖସି ପଡ଼ିଥିଲା।

ଆଗ ସିଟ୍‌ରେ ବସିଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପଛ ସିଟ୍‌ରେ ବସିଥିବା ତିନି ଜଣ କୌଶଳ କ୍ରମେ କାର୍‌ରୁ ବାହାରି ପହିଁରି ପହିଁରି ପଳାଇ ଆସିଥିଲେ।  ଖବର ପାଇ ହିରମଣ୍ଡଳ ଥାନା ପୁଲିସ୍‌ ପହଞ୍ଚି  ଦୁର୍ଘଟଣାଗ୍ରସ୍ତ କାର୍‌ ଓ ମୃତଦେହକୁ  ଉଦ୍ଧାର କରିଛନ୍ତି। ଏଥିସହ ଆହତମାନଙ୍କୁ ଶ୍ରୀକାକୁଲମ୍‌ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos