୯ ବର୍ଷରେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡରେ ଅଢ଼େଇ ଗୁଣ ବଢ଼ିଛି ଋଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କ୍ଷମତାସୀନ ନବୀନ ପଟ୍ଟନାୟକ ସରକାର ବିକାଶ ଓ ସ୍ଥିର ସରକାରର ଦ୍ୱାହି ଦେଇ ଆର୍ଥିକ ସ୍ଥିତି ସୁଦୃଢ଼ ଥିବା କହୁଥିଲେ ମଧ୍ୟ ଗତ ୯ବର୍ଷ ମଧ୍ୟରେ ରାଜ୍ୟରେ ମୁଣ୍ଡପିଛା ଋଣ ବୋଝ ଅଢ଼େଇଗୁଣ ବୃଦ୍ଧି ପାଇଛି। ଅର୍ଥାତ୍ ୨୦୧୧-୧୨ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡରେ ଋଣବୋଝ ଅଢ଼େଇ ଗୁଣ ବଢ଼ିଛି। ୨୦୧୦-୧୧ ଆର୍ଥିକ ବର୍ଷରେ ମୁଣ୍ଡପିଛା ଋଣଭାର ପରିମାଣ ୯୧୪୪.୪୦ ଟଙ୍କା ଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷ […]

Finance

Ordigital Desk
  • Published: Monday, 06 September 2021
  • , Updated: 06 September 2021, 06:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କ୍ଷମତାସୀନ ନବୀନ ପଟ୍ଟନାୟକ ସରକାର ବିକାଶ ଓ ସ୍ଥିର ସରକାରର ଦ୍ୱାହି ଦେଇ ଆର୍ଥିକ ସ୍ଥିତି ସୁଦୃଢ଼ ଥିବା କହୁଥିଲେ ମଧ୍ୟ ଗତ ୯ବର୍ଷ ମଧ୍ୟରେ ରାଜ୍ୟରେ ମୁଣ୍ଡପିଛା ଋଣ ବୋଝ ଅଢ଼େଇଗୁଣ ବୃଦ୍ଧି ପାଇଛି। ଅର୍ଥାତ୍ ୨୦୧୧-୧୨ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡରେ ଋଣବୋଝ ଅଢ଼େଇ ଗୁଣ ବଢ଼ିଛି। ୨୦୧୦-୧୧ ଆର୍ଥିକ ବର୍ଷରେ ମୁଣ୍ଡପିଛା ଋଣଭାର ପରିମାଣ ୯୧୪୪.୪୦ ଟଙ୍କା ଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷ ଶେଷସୁଦ୍ଧା ଏହା ୨୩୭୬୧.୮୩ ଟଙ୍କାକୁ ବୃଦ୍ଧି ପାଇଛି।

ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ମୋଟ ଋଣ ପରିମାଣ ୧୨୨୯୧୭.୨୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ମାତ୍ର ମହାଲେଖାକାର,ଓଡ଼ିଶାଙ୍କ ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ଜୁଲାଇ ମାସ ଶେଷସୁଦ୍ଧା ରାଜ୍ୟର ଋଣଭାର ୧୦୪୩୧୨.୧୨ କୋଟି ଟଙ୍କା ହୋଇଛି। ଯାହାକି ରାଜ୍ୟର ମୋଟ ଘରୋଇ ଉତ୍ପାଦ(ଜିଏସଡିପି)ର ୧୭.୮୦ ପ୍ରତିଶତ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

ସୂଚନାଯୋଗ୍ୟ, ୨୦୦୦-୦୧ ମସିହାରେ ବିଜେଡି ସରକାର ରାଜ୍ୟରେ କ୍ଷମତାସୀନ ହେବାବେଳେ ରାଜ୍ୟର ଋଣବୋଝ ପରିମାଣ ପ୍ରାୟ ୨୧୦୦୧.୮୮କୋଟି ଟଙ୍କା ଥିଲା।

Related story