ଭୁବନେଶ୍ୱର: ବସ୍ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିଲେ ବାତିଲ ହେବ ପରମିଟ୍। ଗତକାଲି ଏକ ବସରେ ନିଆଁ ଲାଗିବା ପରେ ଆଜି ଏମିତି ଏକ ନିଷ୍ପତ୍ତି ନିଆଯାଇଛି। ବସ୍ ମାଲିକ ଓ ଆରଟିଓଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ଓ ବାଣୀବିହାରରେ ଭିଡ଼ ନିୟନ୍ତ୍ରଣ ନେଇ ଆଲୋଚନା ହୋଇ ଥିଲା। ଟ୍ରାଫିକ ପୋଷ୍ଠ ଠାରୁ ଠାରୁ ୨ ଶହ ମିଟର ଦୂରରେ ବସ୍ ରଖିବାକୁ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ ଯେ, ଗତକାଲି ଭୁବନେଶ୍ୱରର ବରମୁଣ୍ଡାରେ ‘ଚକାଡ଼ୋଳା’ ନାମକ ଏକ ଯାତ୍ରୀବାହୀ ବସ୍ରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ନିଆଁ ଲାଗି ଯାଇଥିଲା। ଏଥିରେ କେହି ମୃତାହତ ହୋଇନାହାନ୍ତି। ନିଆଁ ଲାଗିଥିବା ଦେଖି ବସ୍ ଭିତରେ ଶୋଇଥିବା କର୍ମଚାରୀ ଓ କିଛି ଯାତ୍ରୀ ଓହ୍ଲାଇ ଆସିଥିଲେ।