କୋଇଲା ଖଣି ଆବଣ୍ଟନ ମାମଲା: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଥିବା ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଥିବା କୋଇଲା ଖଣି ଆବଣ୍ଟନ ମାମଲାର ଶୁଣାଣି ତୁରନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ସିବିଆଇକୁ ତୁରନ୍ତ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ଆବେଦନ କରାଯାଇଛି। ଠିକ୍ ପାଞ୍ଚ ବର୍ଷ ପୂର୍ବେ ଅର୍ଥାତ ୨୦୧୪ ମସିହା ମାର୍ଚ୍ଚ ୨୬ ତାରିଖରେ ଏହି ମାମଲା ପଞ୍ଜିକୃତ ହୋଇଥିଲା। ସେଣ୍ଟ୍ରାଲ କୋଲିଆରିଜ୍ କୋ. ଲିମିଟେଡକୁ ୧୯୯୮ରେ କୋଲ ବ୍ଲକ୍ ଆବଣ୍ଟନ କରାଯାଇଥିଲା। ପଞ୍ଜିକୃତ ହେବା ଆଗରୁ କମ୍ପାନୀକୁ ମହାରାଷ୍ଟ୍ରର […]

bhubaneswar-ministemmmm9999999999999

Tapaswini Nayak
  • Published: Tuesday, 26 March 2019
  • , Updated: 26 March 2019, 09:21 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଥିବା କୋଇଲା ଖଣି ଆବଣ୍ଟନ ମାମଲାର ଶୁଣାଣି ତୁରନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ସିବିଆଇକୁ ତୁରନ୍ତ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ଆବେଦନ କରାଯାଇଛି।

ଠିକ୍ ପାଞ୍ଚ ବର୍ଷ ପୂର୍ବେ ଅର୍ଥାତ ୨୦୧୪ ମସିହା ମାର୍ଚ୍ଚ ୨୬ ତାରିଖରେ ଏହି ମାମଲା ପଞ୍ଜିକୃତ ହୋଇଥିଲା। ସେଣ୍ଟ୍ରାଲ କୋଲିଆରିଜ୍ କୋ. ଲିମିଟେଡକୁ ୧୯୯୮ରେ କୋଲ ବ୍ଲକ୍ ଆବଣ୍ଟନ କରାଯାଇଥିଲା। ପଞ୍ଜିକୃତ ହେବା ଆଗରୁ କମ୍ପାନୀକୁ ମହାରାଷ୍ଟ୍ରର ତକ୍‌ଲି-ଜେନା-ବେଲୋରା କୋଲ ଫିଲ୍ଡ ପ୍ରଦାନ କରାଯାଇଥିଲା। ସେତେବେଳେ ନବୀନ ପଟ୍ଟନାୟକ କେନ୍ଦ୍ର ଖଣିମନ୍ତ୍ରୀ ଥିଲେ। ନବୀନଙ୍କ ଭୂମିକା ସନ୍ଦେହଜନକ ଥିବା ପିଟିସନରେ ଦର୍ଶାଇଛନ୍ତି ଆବେଦନକାରୀ। ସମ୍ବାଦ ସରବରାହ ସଂସ୍ଥା ANI ପକ୍ଷରୁ ଏହି ସୂଚନା ମିଳିଛି।

Related story