‘ବିଶ୍ୱ ପାଇଁ ଉର୍ଜାର ପ୍ରବେଶ ପଥ ହେବ ପାରାଦୀପ’

Ordigital Desk
  • Published: Thursday, 16 November 2017
  • , Updated: 16 November 2017, 05:32 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପେଟ୍ରୋଲିୟମ ଓ ପ୍ଲାଷ୍ଟିକ ଶିଳ୍ପରେ ପୁଞ୍ଜିନିବେଶ ପାଇଁ ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ପେଟ୍ରୋକେମିକାଲ ଇନଭେଷ୍ଟରସ୍&zwnj; କନକ୍ଲେଭ୍। ଏଥିରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ପୂର୍ବାଞ୍ଚଳ ରାଜ୍ୟ ଗୁଡିକର ବିକାଶ ଚାହାଁନ୍ତି ବୋଲି କହିଥିଲେ।</p> <p>ସେ କହିଥିଲେ- ପାରାଦୀପ ବିଶ୍ୱ ପାଇଁ ବିକାଶ ଉର୍ଜାର ପ୍ରବେଶ ପଥ ହେବ।</p> <p>ଏହି ଅବସରରେ ପୂର୍ବ ଭାରତରେ ପେଟ୍ରୋକେମିକାଲ କ୍ଷେତ୍ରରେ ସୃଷ୍ଟି ହୋଇଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ନିବେଶକଙ୍କ ଅବଗତ କରିଥିଲେ ଧର୍ମେନ୍ଦ୍ର। ଯୁବ ଉଦ୍ୟୋଗୀମାନେ ସିଧାସଳଖ ପେଟ୍ରୋକେମିକାଲ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି।</p> <p>ରାଜ୍ୟରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏବଂ ଏମ୍&zwnj;ଏସ୍&zwnj;ଏମ୍&zwnj;ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କନ୍&zwnj;କ୍ଲେଭରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଦେଶରେ ଏକ ବିଶ୍ୱସ୍ତରୀୟ, ଉଜ୍ଜ୍ୱଳ ପେଟ୍ରୋକେମିକାଲ୍ସ କମ୍ପଲେକ୍ସ ନିର୍ମାଣ କରିବା ଦିଗରେ କେନ୍ଦ୍ର ସରକାର କରୁଥିବା ପ୍ରଚେଷ୍ଟାର ଏହି କନ୍&zwnj;କ୍ଲେଭ ଏକ ଅଂଶ।</p>

Related story