ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିଲ୍ ହେଲା ଭୁବନେଶ୍ୱର ବରମୁଣ୍ଡା HP ପେଟ୍ରୋଲ ପମ୍ପ। ପେଟ୍ରୋଲ ଓ ଡିଜେଲରେ ପାଣି ମିଶା ଯାଉଥିବା ଅଭିଯୋଗ ହେବା ପରେ ଏହି ପେଟ୍ରୋଲ ପମ୍ପଙ୍କୁ ସିଲ୍ କରିଛି ଖଣ୍ଡଗିରି ପୁଲିସ୍। ଗତକାଲି ଏହାକୁ ନେଇ ପ୍ରବଳ ହଙ୍ଗାମା ହୋଇଥିଲା ।
ଖବର ପ୍ରସାରଣ ପରେ ଫୋରେନ୍ସିକ ଲାବୋରୋଟୋରିର ସାଇଣ୍ଟିଫିକ ଟିମ୍ ଓ HP କମ୍ପାନି ସାଇଣ୍ଟିଫିକ୍ ଟିମ୍ ଆସି ନମୁନା ସଂଗ୍ରହ କରିଛି । ଯଦି ଅପମିଶ୍ରଣ କରାଯାଉଥିବାର ପ୍ରମାଣ ମିଳେ, ତେବେ ଲାଇସେନ୍ସ ରଦ୍ଦ ହେବ ବୋଲି କହିଛନ୍ତି HPର ଏରିଆ ଇନଚାର୍ଜ ଶୁଭବ୍ରତ ଖାନ ।