ଆଶା ଦେଲା ଫାଇଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କରୋନା ଅଣନିଶ୍ୱାସୀ ସମଗ୍ର ବିଶ୍ୱ ପାଇଁ ଆଶା ବଢାଇଲା ଆମେରିକୀୟ ଭ୍ୟାକସିନ୍ । କ୍ୟାଣ୍ଡିଡେଟ୍ ଫାଇଜର୍ କମ୍ପାନୀର ଏହି ଟିକା ଚୂଡାନ୍ତ ପରୀକ୍ଷଣରେ ଆଶାତୀତ ସଫଳତା ଦେଇଥିବାରୁ ଏବେ ଶକ୍ତିଶାଳୀ କୋଭିଡକୁ ହରାଇବାକୁ ଶକ୍ତି ଜୁଟାଇଛି ଚିକିତ୍ସା ବିଜ୍ଞାନ। ସେହିଭଳି ଆମେ ଦେଶରେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ବି ସଫଳତା ପଥରେ ଥିବାରୁ ଏହା ବି ଆଗକୁ ବରଦାନ ପାଲଟିବା ଆଶା କରଯାଉଛି । ଏସବୁ ଭିତରେ ଓଡ଼ିଶାର ସଂକ୍ରମଣ ସଂଖ୍ୟା […]

iop-1

Tapas Behera
  • Published: Tuesday, 10 November 2020
  • , Updated: 10 November 2020, 07:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କରୋନା ଅଣନିଶ୍ୱାସୀ ସମଗ୍ର ବିଶ୍ୱ ପାଇଁ ଆଶା ବଢାଇଲା ଆମେରିକୀୟ ଭ୍ୟାକସିନ୍ । କ୍ୟାଣ୍ଡିଡେଟ୍ ଫାଇଜର୍ କମ୍ପାନୀର ଏହି ଟିକା ଚୂଡାନ୍ତ ପରୀକ୍ଷଣରେ ଆଶାତୀତ ସଫଳତା ଦେଇଥିବାରୁ ଏବେ ଶକ୍ତିଶାଳୀ କୋଭିଡକୁ ହରାଇବାକୁ ଶକ୍ତି ଜୁଟାଇଛି ଚିକିତ୍ସା ବିଜ୍ଞାନ। ସେହିଭଳି ଆମେ ଦେଶରେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ବି ସଫଳତା ପଥରେ ଥିବାରୁ ଏହା ବି ଆଗକୁ ବରଦାନ ପାଲଟିବା ଆଶା କରଯାଉଛି । ଏସବୁ ଭିତରେ ଓଡ଼ିଶାର ସଂକ୍ରମଣ ସଂଖ୍ୟା ପ୍ରଥମ ଥର ଲାଗି ହଜାରେ ତଳକୁ ଖସିବା ଏବଂ ଗଞ୍ଜାମରେ ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭଙ୍କ ସଂଖ୍ୟା ଶୂନ ଆସିବା ପରେ ଏହା ଆଶ୍ୱାସନା ଆଣି ଦେଇଛି।

କୋଭିଡ୍ ଟିକା ପ୍ରସ୍ତୁତିରେ ଆମେରିକାକୁ ଆଶାତୀତ ସଫଳତା ଆମେରିକୀୟ ଫାର୍ମା କମ୍ପାନୀ ଫାଇଜର ଦ୍ୱାରା ପ୍ରସ୍ତୁତ କୋଭିଡ୍ ଭ୍ୟାକ୍ସିନ୍ କ୍ୟାଣ୍ଡିଡେଟ୍ BNT162b2କୁ ୯୦ ପ୍ରତିଶତ ସଫଳତା ମିଳିଥିବା ନେଇ ଏହାର ନିର୍ମାତା ଦାବି କରିବା ପରେ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଆଶା ସଞ୍ଚାର କରିଛି । ଏ ଟିକା ଜର୍ମାନୀର ବାୟୋନ୍ଟେକ୍ ଦ୍ୱାରା ମିଳିତ ଭାବେ ବିକଶିତ ହେଉଥିବା ଏହି ଟିକା ଫେଜ୍ ଥ୍ରୀ ଟ୍ରାଏଲ୍ ବେଳେ ୯୦ ପ୍ରତିଶତ ଯାଏଁ ଭୂତାଣୁକୁ ମାତ୍ ଦେବାରେ ସକ୍ଷମ ହୋଇଛି ।

କମ୍ପାନୀ ଦାବି କରିଛି, ବର୍ତ୍ତମାନ ସୁଦ୍ଧା ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦୃଷ୍ଟି ଗୋଚର ହୋଇନି । ବର୍ଷ ଶେଷ ସୁଦ୍ଧା ୫ କୋଟି ଓ ୨୦୨୧ ସୁଦ୍ଧା ୧୦୦ କୋଟିରୁ ଅଧିକ ଡୋଜ୍ ପ୍ରସ୍ତୁତ ନେଇ ଲକ୍ଷ୍ୟ ରଖିଛି କମ୍ପାନୀ । ଏପଟେ ଭାରତରେ ଦୃତ ଗତିରେ ପରୀକ୍ଷଣ ଚାଲିଥିବା ଦେଶୀୟ ଟିକା କୋଭାକ୍ସିନ୍ ବି ତୃତୀୟ ପଯର୍ୟାୟ ପରିକ୍ଷଣ ପାଇଁ ପ୍ରସ୍ତୁତି ସରିଥିବାରୁ ଏହା ମଧ୍ୟ ଆଗକୁ ରୋଗ ପ୍ରତିରୋଧରେ ପ୍ରମୁଖ ଭୂମିକା ନେବ ବୋଲି କହିଛନ୍ତି ଓଡ଼ିଶାରେ ଭାକ୍ସିନ୍ ପରୀକ୍ଷଣ ଟିମ୍ ମୁଖ୍ୟ।

Related story