ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା, କରୋନା ପଜିଟିଭଙ୍କୁ ବି ମିଳିଛି ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ନାମ ଲେଖା ପାଇଁ ଆଜିଠୁ ଆରମ୍ଭ ହେଉଛି ଏକକ ପିଜି ପ୍ରବେଶିକା ପରୀକ୍ଷା ।  କରୋନା ମହାମାରୀ ସମୟରେ ହେଉଥିବା ଏହି ପରୀକ୍ଷାରେ କରୋନା ସଂକ୍ରମିତ ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଦେଇପାରିବେ। ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା  ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ଥର ପାଇଁ ଆଜିଠୂ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏହା ଆସନ୍ତା ୨୨ […]

exam

Niharika Rout
  • Published: Monday, 12 October 2020
  • , Updated: 12 October 2020, 08:40 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ନାମ ଲେଖା ପାଇଁ ଆଜିଠୁ ଆରମ୍ଭ ହେଉଛି ଏକକ ପିଜି ପ୍ରବେଶିକା ପରୀକ୍ଷା ।  କରୋନା ମହାମାରୀ ସମୟରେ ହେଉଥିବା ଏହି ପରୀକ୍ଷାରେ କରୋନା ସଂକ୍ରମିତ ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଦେଇପାରିବେ। ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା  ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଥମ ଥର ପାଇଁ ଆଜିଠୂ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏହା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।  ସକାଳ ୧୦ଟାରୁ ୩ ସିଫ୍ଟରେ ପରୀକ୍ଷା ହେବ । କରୋନା କଟକଣା ଅନୁଯାୟୀ ୨୬ଟି ସେଣ୍ଟରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ  । କରୋନା ପଜିଟିଭ୍  ଛାତ୍ରଛାତ୍ରୀଙ୍କୁ  ପରୀକ୍ଷା ନିମନ୍ତେ ଅନୁମତି ମିଳିଥିବା ବେଳେ  ସେମାନଙ୍କ ପାଇଁ ସ୍ୱତନ୍ତ୍ର isolation ରୁମ୍‌ ବ୍ୟବସ୍ଥା କରାଯାଇଛି ।

ଚଳିତ ଥର ୮୩ଟି ଷ୍ଟ୍ରିମ୍‌ରେ ନାମଲେଖା ହେଉଛି । ୧୦୦ ରୁ ୭୦ ମାର୍କ ଏଣ୍ଟ୍ରାନ୍ସ ଏବଂ ୩୦ ମାର୍କ କ୍ୟାରିଅର୍ କୁ ନେଇ ସିଲେକ୍ସନ କରାଯିବ । ଏହାପରେ ନଭେମ୍ବର ୭ ତାରିଖରେ ପ୍ରକାଶ ପାଇବ ମେରିଟ ଲିଷ୍ଟ । ଚଳିତ ବର୍ଷ  ୬୨,୨୦୦ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୧୪ ହଜାର ୭୦୦ ପିଜି ସିଟ୍ ରହିଛି ।

ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Related story