ରାସ୍ତା ପାର୍‌ ହେଉଥିଲେ ହାତୀ ପଲ, ପିଟି ଦେଲା ପିକ୍‌ଅପ୍‌ ଭ୍ୟାନ୍‌

କୁଚିଣ୍ଡା(ଓଡ଼ିଶା ରିପୋର୍ଟର):  ରାସ୍ତା ପାର୍‌ ହେଉଥିବା ହାତୀପଲକୁ ପିଟି ଦେଲା ଏକ  ପିକ୍ଅପ୍ ଭ୍ୟାନ୍ । ପିକ୍‌ଅପ୍‌ ଧକ୍କାରେ ଏକ ମାଈହାତୀ ଆହତ ହୋଇଛି। ଦୁର୍ଘଟଣା ପରେ ପିକ୍ଅପ୍ ଭ୍ୟାନ୍‌ଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ହାତୀର ପଛ ଗୋଡ଼ରେ ଆଘାତ ଲାଗିଛି। ସମ୍ବଲପୁର ଜିଲ୍ଲା ବଞ୍ଜାରୀ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ବାମରା ବନଖଣ୍ଡ ଅଧିନସ୍ଥ ଜମନକିରା ବରହାମୁଣ୍ଡାଇ ବିଟ୍ ଅଞ୍ଚଳରୁ ଏକ ୨୩ ଟିକିଆ ହାତୀପଲ ଗତକାଲି ରାସ୍ତା […]

accident

Niharika Rout
  • Published: Monday, 20 June 2022
  • , Updated: 20 June 2022, 08:20 AM IST

କୁଚିଣ୍ଡା(ଓଡ଼ିଶା ରିପୋର୍ଟର):  ରାସ୍ତା ପାର୍‌ ହେଉଥିବା ହାତୀପଲକୁ ପିଟି ଦେଲା ଏକ  ପିକ୍ଅପ୍ ଭ୍ୟାନ୍ । ପିକ୍‌ଅପ୍‌ ଧକ୍କାରେ ଏକ ମାଈହାତୀ ଆହତ ହୋଇଛି। ଦୁର୍ଘଟଣା ପରେ ପିକ୍ଅପ୍ ଭ୍ୟାନ୍‌ଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ହାତୀର ପଛ ଗୋଡ଼ରେ ଆଘାତ ଲାଗିଛି। ସମ୍ବଲପୁର ଜିଲ୍ଲା ବଞ୍ଜାରୀ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।

ବାମରା ବନଖଣ୍ଡ ଅଧିନସ୍ଥ ଜମନକିରା ବରହାମୁଣ୍ଡାଇ ବିଟ୍ ଅଞ୍ଚଳରୁ ଏକ ୨୩ ଟିକିଆ ହାତୀପଲ ଗତକାଲି ରାସ୍ତା ପାର୍‌ ହେଉଥିଲା । ଏହି ସମୟରେ ଜାତୀୟ ରାଜପଥ ନିର୍ମାଣରେ ନିୟୋଜିତ ଏକ ପିକ୍ଅପ୍ ଭ୍ୟାନ୍ ସେହି ହାତୀ ପଲରେ ଥିବା ଏକ ମାଈହାତୀର ପଛ ଗୋଡ଼କୁ ଧକ୍କା ଦେଇଥିଲା।

ଜମନକିରା ବନକର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହିତ ହାତୀର ଚିକିତ୍ସା ଜାରି ରଖିଛନ୍ତି । ଚିକିତ୍ସା ପରେ ଏବେ ହାତୀଟି ବଳଦିଆ ଜଙ୍ଗଲରେ ସାମାନ୍ୟ ସୁସ୍ଥ ହୋଇ ଚଲାବୁଲା କରୁଛି । ଅଧିକ ଚିକିତ୍ସା ପାଇଁ ରାଉରକେଲାରୁ ସ୍ୱତନ୍ତ୍ର ଚିକିତ୍ସକ ଦଳ ବଳଦିଆ ଅଭିମୁଖେ ଯାଇଥିବା ସୂଚନା ମିଳିଛି। ଡ୍ରାଇଭରକୁ ଅଟକ ରଖାଯାଇଛି।

Related story