୩୦ ଶ୍ରମିକଙ୍କୁ ନେଇ ଯାଉଥିଲା ପିକ୍‌ଅପ୍‌ ଭ୍ୟାନ୍‌, ଓଲଟି ପଡ଼ିଲା

ନବରଙ୍ଗପୁର (ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କହେଁଇମୁଣ୍ଡା ଛକ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ପଡ଼ିବାରୁ ୨୫ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବା ବେଳେ ୪ ଜଣ ଗୁରୁତର  ଆହତ ହୋଇଛନ୍ତି। ତେନ୍ତୁଳିଖୁଣ୍ଟ ବ୍ଲକ ଅନ୍ତର୍ଗତ ନାଗି ଓ ଦେଓପାଲି ଗାଁର ୩୦ଜଣ ଶ୍ରମିକଙ୍କୁ ନେଇ ଏହି ପିକ୍‌ଅପ୍‌ ଭ୍ୟାନ୍‌ଟି ନନ୍ଦାହାଣ୍ଡି ମେଗା ଜଳ ଯୋଗାଣ ଯୋଜନାରେ ଚାଲିଥିବା ପାଇପ […]

Accident

Niharika Rout
  • Published: Thursday, 25 March 2021
  • , Updated: 25 March 2021, 02:49 PM IST

ନବରଙ୍ଗପୁର (ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କହେଁଇମୁଣ୍ଡା ଛକ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ପଡ଼ିବାରୁ ୨୫ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବା ବେଳେ ୪ ଜଣ ଗୁରୁତର  ଆହତ ହୋଇଛନ୍ତି।

ତେନ୍ତୁଳିଖୁଣ୍ଟ ବ୍ଲକ ଅନ୍ତର୍ଗତ ନାଗି ଓ ଦେଓପାଲି ଗାଁର ୩୦ଜଣ ଶ୍ରମିକଙ୍କୁ ନେଇ ଏହି ପିକ୍‌ଅପ୍‌ ଭ୍ୟାନ୍‌ଟି ନନ୍ଦାହାଣ୍ଡି ମେଗା ଜଳ ଯୋଗାଣ ଯୋଜନାରେ ଚାଲିଥିବା ପାଇପ ବିଛାଇବା କାମ କରିବାକୁ ଯାଉଥିଲା l ଦ୍ରୁତ ଗତିରେ ଥିବାରୁ କହେଁଇମୁଣ୍ଡା ବୁଲାଣି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା l ଫଳରେ ଏଥିରେ ବସିଥିବା ଶ୍ରମିକଙ୍କ ମଧ୍ୟରୁ ୨୫ ଜଣ ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ତେନ୍ତୁଳିଖୁଣ୍ଟି  ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଦୁଇ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ସେମାନଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି ଗୁରୁତର ଥିବା ଅନ୍ୟ ୪ ଶ୍ରମିକଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 

Related story