ଜଗନ୍ନାଥଙ୍କ ସବୁ ସଂପତ୍ତିକୁ ଫେରାଇ ଆଣିବା ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

Ordigital Desk
  • Published: Thursday, 08 March 2018
  • , Updated: 08 March 2018, 07:54 AM IST
<p>ପୁରୀ(ଓଡ଼ିଶା ରିପୋର୍ଟର): ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଶ୍ରୀଜଗନ୍ନାଥଙ୍କ ସବୁ ସଂପତ୍ତିକୁ ତାଙ୍କ ଖାତାକୁ ଫେରାଇ ଆଣିବା ଦାବିରେ ହାଇକୋର୍ଟରେ ଦାଏର ହୋଇଛି ଜନସ୍ୱାର୍ଥ ମାମଲା। ପୁରୀ ଚନ୍ଦନପୁର ଅ଼ଞ୍ଚଳର ଜଣେ ଭକ୍ତ ଶରତ ଚନ୍ଦ୍ର ସାହୁ ଓ ଏସ୍ ଏନ୍ ବାନାର୍ଜୀଙ୍କ ପକ୍ଷରୁ ଆଗତ ହୋଇଥିବା ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ, ଆଇନ ସଚିବ, ଶ୍ରୀମନ୍ଦିର ପ୍ରଶାସନ, ଭିଜିଲାନ୍ସ ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।<br /> ରାଜ୍ୟ ତଥା ରାଜ୍ୟ ବାହାରେ ଶ୍ରୀଜଗନ୍ନାଥଙ୍କର ପ୍ରାୟ ୫୬ ହଜାର ଏକର ଜମି ରହିଛି। ଏହାର ମୂଲ୍ୟ ପ୍ରାୟ ୧୦ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ୨୦୧୫ରେ ଏସବୁ ସଂପତ୍ତି ଶ୍ରୀଜଗନ୍ନାଥଙ୍କ ଖାତାକୁ ଫେରାଇ ଆଣିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।</p>

Related story