ହାଇକୋର୍ଟ ଗଲେ ସମ୍ୱିତ ପାତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ବଗଲା ଧର୍ମଶାଳା ଜମି ଅନିୟମିତତା ଅଭିଯୋଗ ମାମଲାରେ ହାଇକୋର୍ଟରେ ଦାୟର ହେଲା ଆଉ ଏକ ମାମଲା। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପକ୍ଷରୁ ଏହି ମାମଲା ଦାୟର ହୋଇଛି। ଅନିୟମିତତା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଓ ଜଗନ୍ନାଥଙ୍କ ଖାତାକୁ ଜମି ଫେରାଇବାକୁ ପିଟିସନରେ ଆବେଦନ କରିଛନ୍ତି ସମ୍ୱିତ। ଅନ୍ୟପକ୍ଷରେ ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲାରେ ହାଇକୋର୍ଟରେ ପୁରୀ ତହସିଲଦାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜବାବ ଦାଖଲ କରାଯାଇଛି। […]

sambit.jpg1

Manoranjan Sial
  • Published: Tuesday, 29 September 2020
  • , Updated: 29 September 2020, 03:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ବଗଲା ଧର୍ମଶାଳା ଜମି ଅନିୟମିତତା ଅଭିଯୋଗ ମାମଲାରେ ହାଇକୋର୍ଟରେ ଦାୟର ହେଲା ଆଉ ଏକ ମାମଲା। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପକ୍ଷରୁ ଏହି ମାମଲା ଦାୟର ହୋଇଛି। ଅନିୟମିତତା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଓ ଜଗନ୍ନାଥଙ୍କ ଖାତାକୁ ଜମି ଫେରାଇବାକୁ ପିଟିସନରେ ଆବେଦନ କରିଛନ୍ତି ସମ୍ୱିତ।

ଅନ୍ୟପକ୍ଷରେ ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲାରେ ହାଇକୋର୍ଟରେ ପୁରୀ ତହସିଲଦାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜବାବ ଦାଖଲ କରାଯାଇଛି। ବଗଲା ଜମି ସରକାରଙ୍କ ଅଧୀନରେ ଅଛି ଓ ତାକୁ ନବୀକରଣ କରାଯାଉଛି ବୋଲି କୋର୍ଟଙ୍କୁ ଜଣାଇଛି ପ୍ରଶାସନ। ତେବେ ଦାଖଲ ଜବାବ ସତ୍ୟପାଠ ଆକାରରେ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟପାଠ ଦାଖଲ ପାଇଁ ଆଡ୍‌ଭୋକେଟ ଜେନେରାଲଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଅନ୍ୟ ପ୍ରତିପକ୍ଷଙ୍କୁ ମଧ୍ୟ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଆବେଦନକାରୀ ଜଗନ୍ନାଥ ବସ୍ତିଆଙ୍କୁ ମଧ୍ୟ ପ୍ରତି ଜବାବ ମାଗିଛନ୍ତି କୋର୍ଟ। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Related story