ପିଙ୍କ ଅଟୋ ବ୍ୟବସ୍ଥାକୁ ପର୍ଯ୍ୟଟନ ଶିଳ୍ପ ସହ ସାମିଲ କରିବାକୁ ଯୋଜନା

ଭୁବନେଶ୍ୱର: କମିଶନରେଟ ପୋଲିସର ପିଙ୍କ ଅଟୋ ବ୍ୟବସ୍ଥାକୁ ପର୍ଯ୍ୟଟନ ଶୀଳ୍ପ ସହ ସାମିଲ କରିବା ପାଇଁ ଯୋଜନା କରାଯାଉଛି। ଦେଶ ତଥା ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ନେବା ଆଣିବା କରିବା ପାଇଁ ଏହି ଅଟୋକୁ ନିୟୋଜିତ କରାଯିବ। ଏଥିପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କୁ କମିଶନରେଟ ପୋଲିସ ପ୍ରସ୍ତାବ ଦେଇଛନ୍ତି। ଏପରି ହେଲେ ପିଙ୍କ ଅଟୋ ଓ ପ୍ରିପେଡ ଅଟୋ ସେବା ଦ୍ୱାରା ପର୍ଯ୍ୟଟକମାନେ ଆହୁରି ଅଧିକ ସୁରକ୍ଷିତ ଯାତ୍ରା କରିବେ ବୋଲି ପୋଲିସ କମିଶନର ମତ ଦେଇଛନ୍ତି। ମଙ୍ଗଳବାର […]

pink

Rakesh Mallick
  • Published: Tuesday, 04 August 2015
  • , Updated: 04 August 2015, 02:11 PM IST

ଭୁବନେଶ୍ୱର: କମିଶନରେଟ ପୋଲିସର ପିଙ୍କ ଅଟୋ ବ୍ୟବସ୍ଥାକୁ ପର୍ଯ୍ୟଟନ ଶୀଳ୍ପ ସହ ସାମିଲ କରିବା ପାଇଁ ଯୋଜନା କରାଯାଉଛି। ଦେଶ ତଥା ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ନେବା ଆଣିବା କରିବା ପାଇଁ ଏହି ଅଟୋକୁ ନିୟୋଜିତ କରାଯିବ। ଏଥିପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କୁ କମିଶନରେଟ ପୋଲିସ ପ୍ରସ୍ତାବ ଦେଇଛନ୍ତି। ଏପରି ହେଲେ ପିଙ୍କ ଅଟୋ ଓ ପ୍ରିପେଡ ଅଟୋ ସେବା ଦ୍ୱାରା ପର୍ଯ୍ୟଟକମାନେ ଆହୁରି ଅଧିକ ସୁରକ୍ଷିତ ଯାତ୍ରା କରିବେ ବୋଲି ପୋଲିସ କମିଶନର ମତ ଦେଇଛନ୍ତି। ମଙ୍ଗଳବାର କମିଶନରେଟ ପୋଲିସରେ ଅଧିକ ୯୧ଟି ପିଙ୍କ ଅଟୋ ସାମିଲ କରାଯାଇଛି। ଏହାକୁ ମିଶାଇ ପିଙ୍କ ଅଟୋ ସଂଖ୍ୟା ୪୪୧ରେ ପହଁଞ୍ଚିଛି। ସହରର ୧୦ଟି ପଏଣ୍ଟରେ ଏହି ପିଙ୍କ ଅଟୋ ଚାଲିଥିବା ବେଳେ ଏହାକୁ ଭବିଷ୍ୟତରେ ଆହୁରି ବ୍ୟାପକ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି। ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଓ ଅନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

Related story