କାମ କରୁଥିବା ବେଳେ ପଶିଗଲା ପାଣି, ଚାଲିଗଲା ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୁଧବାର ଜଣେ ପାଣି ପାଇପ୍ ମିସ୍ତ୍ରୀଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ପାଇପ୍‌ ଲାଇନ୍ ଚାମ୍ବରରେ କାମ କରୁଥିବା ବେଳେ ହଠାତ୍ ପାଣି ପଶି ଆସିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଭୁବନେଶ୍ୱରର ଭିଏସ୍‌ଏସ୍‌ ନଗର ଅଞ୍ଚଳରେ ଏ ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ବି. ରୁଦ୍ର ଦୋରା। ସେ ଗଣପତି ନଗର ବସ୍ତିରେ ରହୁଥିଲେ। ମିଳିଥିବା ସୂଚନା ଅନୁସାରେ, ଗତକାଲି ଭିଏସ୍ଏସ୍ ନଗର ଅଞ୍ଚଳରେ ପାଇପ୍‌ ଲାଇନ୍‌ ଚାମ୍ବରରେ କାମ ଚାଲିଥିଲା। ଚାମ୍ବର ଭିତରେ […]

water

Tapaswini Nayak
  • Published: Thursday, 07 March 2019
  • , Updated: 07 March 2019, 11:48 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୁଧବାର ଜଣେ ପାଣି ପାଇପ୍ ମିସ୍ତ୍ରୀଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ପାଇପ୍‌ ଲାଇନ୍ ଚାମ୍ବରରେ କାମ କରୁଥିବା ବେଳେ ହଠାତ୍ ପାଣି ପଶି ଆସିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଭୁବନେଶ୍ୱରର ଭିଏସ୍‌ଏସ୍‌ ନଗର ଅଞ୍ଚଳରେ ଏ ଘଟଣା ଘଟିଛି।

ମୃତ ବ୍ୟକ୍ତିଙ୍କ ନାଁ ବି. ରୁଦ୍ର ଦୋରା। ସେ ଗଣପତି ନଗର ବସ୍ତିରେ ରହୁଥିଲେ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଭିଏସ୍ଏସ୍ ନଗର ଅଞ୍ଚଳରେ ପାଇପ୍‌ ଲାଇନ୍‌ ଚାମ୍ବରରେ କାମ ଚାଲିଥିଲା। ଚାମ୍ବର ଭିତରେ ବସି ରୁଦ୍ର କାମ କରୁଥିଲେ। ତେବେ ହଠାତ୍‌ ଚାମ୍ବର ଭିତରକୁ ପାଣି ପଶି ଆସିଥିଲା। ସେ ବାହାରି ଆସିବାକୁ ଉଦ୍ୟମ କରିଥିଲେ। ତେବେ ଚାମ୍ବର ଭିତରେ ତାଙ୍କ ହାତ ଫସି ଯାଇଥିଲା।

[caption id="attachment_348941" align="alignnone" width="750"] ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି। [/caption]

ଶତ ଚେଷ୍ଟା ସତ୍ତ୍ୱେ ସେଠାରୁ ବାହାରି ନପାରିବାରୁ ସେ ଜୋରରେ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ହେଲେ ସବୁ ଚେଷ୍ଟା ବିଫଳ ହୋଇଥିଲା। ଶେଷରେ ରୁଦ୍ର ପ୍ରାଣ ହରାଇଥିଲେ।

ଏଠି ପ୍ରଶ୍ନ ଉଠୁଛି, ବିଭାଗୀୟ କାମ ଚାଲିଥିବା ବେଳେ ପିଏଚ୍‌ଡି କର୍ମଚାରୀ କିଭଳି ପାଣି ଛାଡ଼ିଲେ? ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Related story