ପିପିଲି ସଭାସ୍ଥଳରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ

ପୁରୀ: ଭୁବନେଶ୍ୱର-ପୁରୀ ୨୦୩ ନମ୍ୱର ଜାତୀୟ ରାଜପଥର ୪ଲେନ୍ ଲୋକାର୍ପଣ ଉତ୍ସବରେ ବିଜେଡି ଓ ବିଜେପି ସମର୍ଥକମାନେ ସ୍ଲୋଗାନ୍ ଦେବା ସହ ବେଶ୍ କିଛି ସମୟ ଧରି ନାରାବାଜି କରିଥିଲେ। ଏପରିକି ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଏହାକୁ ନେଇ ସଭାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇଦଳର ସମର୍ଥକ ଦଳୀୟ ପତାକା ଧରି ପାଟିତୁଣ୍ଡ କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷଣ ଦେବା ସମୟରେ ଜୋରରେ ହୋହଲ୍ଲା ହେବାରୁ ଭାଷଣ ଠିକରେ ଶୁଣାଯାଇ ନଥିଲା। ତା’ଛଡ଼ା ମଞ୍ଚ […]

bjp

Rakesh Mallick
  • Published: Thursday, 09 July 2015
  • , Updated: 09 July 2015, 01:53 PM IST

ପୁରୀ: ଭୁବନେଶ୍ୱର-ପୁରୀ ୨୦୩ ନମ୍ୱର ଜାତୀୟ ରାଜପଥର ୪ଲେନ୍ ଲୋକାର୍ପଣ ଉତ୍ସବରେ ବିଜେଡି ଓ ବିଜେପି ସମର୍ଥକମାନେ ସ୍ଲୋଗାନ୍ ଦେବା ସହ ବେଶ୍ କିଛି ସମୟ ଧରି ନାରାବାଜି କରିଥିଲେ। ଏପରିକି ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଏହାକୁ ନେଇ ସଭାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇଦଳର ସମର୍ଥକ ଦଳୀୟ ପତାକା ଧରି ପାଟିତୁଣ୍ଡ କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷଣ ଦେବା ସମୟରେ ଜୋରରେ ହୋହଲ୍ଲା ହେବାରୁ ଭାଷଣ ଠିକରେ ଶୁଣାଯାଇ ନଥିଲା। ତା’ଛଡ଼ା ମଞ୍ଚ ଉପରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବେକରେ ଦଳୀୟ ପତାକା ଲଗାଇ ବସିଥିବା ଦେଖିବାକୁ ମିଳିଥିଲା। ସଭାସ୍ଥଳରେ ଦୁଇ ଦଳର କର୍ମୀମାନେ ନାରାବାଜି କରିଥିବା ବେଳେ ସଂଧ୍ୟାରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।

Related story