ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ଆହତ, ଡାକ୍ତରଖାନାରେ ଭର୍ତ୍ତି

ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ) ପୁରୀ ଜିଲ୍ଲା ପିପିଲି ବ୍ଲକ୍‌ କଣ୍ଟି ପଞ୍ଚାୟତର ନିଜିଗଡ଼ କୁରୁଖିଠାରେ ପୋଲିସର ଏନ୍‌କାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ବେହେରା ଓରଫ ସରଭା ଆହତ ହୋଇଛି। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ସର୍ବେଶ୍ୱରର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସର୍ବେଶ୍ୱର ନାଁରେ ପୁରୀର ଅନେକ ଥାନାରେ ବଭିନ୍ନ ମାମଲା ଥିବା ପୋଲିସ କହିଛି। ସର୍ବେଶ୍ୱରଙ୍କ ସହଯୋଗୀ ରାଜେଶ ପାତ୍ରକୁ ମଧ୍ୟ ପୋଲିସ ଗିରଫ କରିଛି। ଏହାସହିତ ଗୋଟିଏ କଳା […]

pipili saraba

Rakesh Mallick
  • Published: Saturday, 26 May 2018
  • , Updated: 26 May 2018, 09:35 AM IST

ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ) ପୁରୀ ଜିଲ୍ଲା ପିପିଲି ବ୍ଲକ୍‌ କଣ୍ଟି ପଞ୍ଚାୟତର ନିଜିଗଡ଼ କୁରୁଖିଠାରେ ପୋଲିସର ଏନ୍‌କାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ବେହେରା ଓରଫ ସରଭା ଆହତ ହୋଇଛି। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ସର୍ବେଶ୍ୱରର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସର୍ବେଶ୍ୱର ନାଁରେ ପୁରୀର ଅନେକ ଥାନାରେ ବଭିନ୍ନ ମାମଲା ଥିବା ପୋଲିସ କହିଛି। ସର୍ବେଶ୍ୱରଙ୍କ ସହଯୋଗୀ ରାଜେଶ ପାତ୍ରକୁ ମଧ୍ୟ ପୋଲିସ ଗିରଫ କରିଛି। ଏହାସହିତ ଗୋଟିଏ କଳା ପଲସର ଜବତ କରିଛି। ପିପିଲି ଓ  ପୁରୀ ବାସେନି ସାହି ପୋଲିସର ମିଳିତ ସହଯୋଗରେ ଏହି ଏନ୍‌କାଉଣ୍ଟର ହୋଇଥିଲା।

ଗତ ଏପ୍ରିଲ୍‌ ମାସରେ ପୁରୀର ଜଣେ ପୂର୍ବତନ କାଉନସିଲର ସତ୍ୟଭାମା ବେହେରାଙ୍କ ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ସର୍ବେଶ୍ୱର। ପୂର୍ବରୁ ସେ ହୋମଗାର୍ଡ ଭାବ ଚାକିରି କରୁଥିଲା।

Related story