ଶପଥ ନେଲେ ରୁଦ୍ର, କହିଲେ-ଅଞ୍ଚଳର ବିକାଶ ପ୍ରଥମ ଲକ୍ଷ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶପଥ ନେଲେ ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ।  ବିଧାନସଭାରେ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ  କରାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅଞ୍ଚଳର ବିକାଶ ମୋର ପ୍ରଥମ ଲକ୍ଷ୍ୟ । ଆଜି ଶପଥ ନେବା ପରେ ଆସନ୍ତାକାଲିଠୁ ଏଦିଗରେ କାମ ଆରମ୍ଭ କରିଦେବି। ଏହାବାଦ ଆଚରଣବିଧିର ଆଜି ଶେଷ ଦିନ । କାଲିଠୁ ଅଫିସିଆଲ ପ୍ରୋସେସ୍‌ ଆରମ୍ଭ ହୋଇଯିବ ବୋଲି ଶପଥ ପାଠ ପରେ ଗଣମାଧ୍ୟମ […]

pipili mla took oath

Niharika Rout
  • Published: Tuesday, 05 October 2021
  • , Updated: 05 October 2021, 02:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶପଥ ନେଲେ ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ।  ବିଧାନସଭାରେ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ  କରାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଅଞ୍ଚଳର ବିକାଶ ମୋର ପ୍ରଥମ ଲକ୍ଷ୍ୟ । ଆଜି ଶପଥ ନେବା ପରେ ଆସନ୍ତାକାଲିଠୁ ଏଦିଗରେ କାମ ଆରମ୍ଭ କରିଦେବି। ଏହାବାଦ ଆଚରଣବିଧିର ଆଜି ଶେଷ ଦିନ । କାଲିଠୁ ଅଫିସିଆଲ ପ୍ରୋସେସ୍‌ ଆରମ୍ଭ ହୋଇଯିବ ବୋଲି ଶପଥ ପାଠ ପରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ସୂଚନା ଦେଇଛନ୍ତି ରୁଦ୍ର।

ଏଥର ଉପନିର୍ବାଚନରେ ବିଜେଡିର  ରୁଦ୍ର ପ୍ରତାପ ମହାରଥୀ ବାଜି ମାରିନେଇଛନ୍ତି ।  ସେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ  ୨୦ ହଜାରରୁ ଅଧକ ଭୋଟରେ ପରାସ୍ତ କରି ପିପିଲି ଆସନ ହାତେଇଛନ୍ତି । ରୁଦ୍ର  ମହାରଥୀ ୯୬ ହଜାର ୯୭୨ଟି ଭୋଟ୍ ପାଇଥିଲେ  ।

ସୂଚନାଯୋଗ୍ୟ, ସ୍ୱଗର୍ତ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ପିପିଲି ଆସନକୁ ଦଖଲ କରିଛନ୍ତି ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । ପିପିଲିରେ ବିଜେଡି ପ୍ରାର୍ଥୀ ତଥା ସ୍ୱଗର୍ତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୨୦,୯୧୬ ଭୋଟରେ ପରାସ୍ତ କରିଛନ୍ତି। ଏହି ପରାଜୟ ସହ ଆଶ୍ରିତଙ୍କର ବିଜୟ ଆଶା ଧୂଳିସାତ୍ ହୋଇଛି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେତନ ମହାପାତ୍ର ଅମାନତ ହରାଇଛନ୍ତି।

ଚଳିତ ଥର ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୭୮.୨୫ % ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ୧୯୯୫ ମସିହା ପରେ ପିପିଲି ନିର୍ବାଚନ ମଣ୍ଡଳୀରେ ଏହା ସର୍ବାଧିକ ମତଦାନ। ୧୯୯୫ ମସିହାରେ ଏଠାରେ ୮୨.୩% ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ଏଥର ଉପନିର୍ବାଚନ ପାଇଁ ୩୪୮ଟି ବୁଥ୍ କରାଯାଇଥିଲା। ସେଥିରୁ ୨୦୧ଟି ସମ୍ବେଦନଶୀଳ ବୁଥ୍‌ରେ କୌଣସି ପ୍ରକାର ଗଡ଼ବଡ଼କୁ ଏଡ଼ାଇବାକୁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Related story