ପିପିଲି ଏନ୍‌ଏସି ଅନାସ୍ଥା ଭୋଟିଂ ଫଳାଫଳ ପ୍ରକାଶ ନ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ପୁରୀ: ପୁରୀ ଜିଲ୍ଲା ପିପିଲି ଏନ୍‌ଏସି ପୌରାଧ୍ୟକ୍ଷା ରୁନୁ ବେହେରାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଭୋଟିଂର ଫଳାଫଳ ପ୍ରକାଶ ଉପରେ ହାଇକୋର୍ଟ ଆଜି ଅନ୍ତରୀଣ ରହିତାଦେଶ ଲଗାଇଛନ୍ତି। ପୌରାଧ୍ୟକ୍ଷାଙ୍କ ଆବେଦନର ପ୍ରାରମ୍ଭିକ ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ଆସନ୍ତାକାଲି ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟିଂ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ପିପିଲି ଏନ୍‌ଏସିର ମୋଟ ୧୬ ଜଣ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ ରୁନୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। […]

highcourt

Rakesh Mallick
  • Published: Thursday, 02 February 2017
  • , Updated: 02 February 2017, 07:11 PM IST

ପୁରୀ: ପୁରୀ ଜିଲ୍ଲା ପିପିଲି ଏନ୍‌ଏସି ପୌରାଧ୍ୟକ୍ଷା ରୁନୁ ବେହେରାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଭୋଟିଂର ଫଳାଫଳ ପ୍ରକାଶ ଉପରେ ହାଇକୋର୍ଟ ଆଜି ଅନ୍ତରୀଣ ରହିତାଦେଶ ଲଗାଇଛନ୍ତି। ପୌରାଧ୍ୟକ୍ଷାଙ୍କ ଆବେଦନର ପ୍ରାରମ୍ଭିକ ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ଆସନ୍ତାକାଲି ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟିଂ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା।

ପିପିଲି ଏନ୍‌ଏସିର ମୋଟ ୧୬ ଜଣ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ ରୁନୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ସେଥିରେ କଂଗ୍ରେସରୁ ୫ ଜଣ କାଉନସିଲର ଦଳର ପ୍ରାଥମିକ ସଦସ୍ୟ ପଦରୁ ଗତମାସ ୧୬ ତାରିଖରେ ଇସ୍ତଫା ଦେଇଥିଲେ। ଏହାର ଠିକ ୨ଦିନ ପରେ ଅନାସ୍ଥା ପାଇଁ ସେମାନେ ଜିଲ୍ଲାପାଳଙ୍କ ପାଖରେ ଆବେଦନ କରିଥିଲେ। ସେମାନଙ୍କ ଆବେଦନ ଆଧାରରେ ଭୋଟ ପାଇଁ ଗତ ମାସ ୨୮ ତାରିଖରେ ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଥିଲେ। ନିର୍ବାଚିତ ଜନପ୍ରତିନିଧିମାନେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫ। ଦେବା ପରେ ଅନାସ୍ଥା ନୋଟିସ ଦେଇପାରିବେ ନାହିଁ ଦର୍ଶାଇ ରୁନୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନାସ୍ଥା ପ୍ରସ୍ତାବ ଭୋଟିଂ ଉପରେ ହାଇକୋର୍ଟ ରହିତାଦେଶ ଦେବାକୁ ମନା କରିଥିଲେ ମଧ୍ୟ ଅନ୍ୟାଦେଶ ପର୍ଯ୍ୟନ୍ତ ଫଳାଫଳ ଘୋଷଣା କରାଯାଇପାରିବ ନାହିଁ ବୋଲି କହିଛନ୍ତି। ଫଳାଫଳକୁ ଏକ ସିଲ୍ଡ କଭରରେ ରଖିବାକୁ କୋର୍ଟ ନିର୍ଦେଶରେ ସ୍ପଷ୍ଟ କରିଛନ୍ତି।

ଆସନ୍ତା ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ।

Related story