ପିପିଲି ପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସଙ୍ଗ: ଭୋଟ୍ ଦେଲେ ୧୧ କାଉନ୍‌ସିଲର, ୫ ଆସିଲେନି

ପୁରୀ: ପୁରୀ ଜିଲ୍ଲା ପିପିଲି ପୌରାଧ୍ୟକ୍ଷା ରୁନୁ ବେହେରାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଭୋଟ୍ ଗ୍ରହଣ କରାଯାଇଛି। ମୋଟ ୧୬ ଜଣ କାଉନ୍‌ସିଲରଙ୍କ ମଧ୍ୟରୁ ୧୧ ଜଣ ମତ ସାବ୍ୟସ୍ତ କରିଥିବା ବେଳେ ୫ ଜଣ ଭୋଟ୍ ଦେବାକୁ ଆସି ନ ଥିଲେ। ତେବେ ଭୋଟ୍‌ ଫଳାଫଳ ଘୋଷଣା କରାଯାଇପାରିବ ନାହିଁ। କାରଣ ଭୋଟ୍ ଫଳାଫଳ ଘୋଷଣା କରିବା ଉପରେ ଗତକାଲି ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା […]

pipilivote

Rakesh Mallick
  • Published: Friday, 03 February 2017
  • , Updated: 03 February 2017, 12:56 PM IST

ପୁରୀ: ପୁରୀ ଜିଲ୍ଲା ପିପିଲି ପୌରାଧ୍ୟକ୍ଷା ରୁନୁ ବେହେରାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଭୋଟ୍ ଗ୍ରହଣ କରାଯାଇଛି। ମୋଟ ୧୬ ଜଣ କାଉନ୍‌ସିଲରଙ୍କ ମଧ୍ୟରୁ ୧୧ ଜଣ ମତ ସାବ୍ୟସ୍ତ କରିଥିବା ବେଳେ ୫ ଜଣ ଭୋଟ୍ ଦେବାକୁ ଆସି ନ ଥିଲେ। ତେବେ ଭୋଟ୍‌ ଫଳାଫଳ ଘୋଷଣା କରାଯାଇପାରିବ ନାହିଁ। କାରଣ ଭୋଟ୍ ଫଳାଫଳ ଘୋଷଣା କରିବା ଉପରେ ଗତକାଲି ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ ତାରିଖରେ ହେବ।

ପିପିଲି ଏନ୍‌ଏସିର ୧୧ ଜଣ କାଉନ୍‌ସିଲର ରୁନୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ସେମାନଙ୍କ ମଧ୍ୟରେ ଅଛନ୍ତି ଗତ ମାସ ୧୬ ତାରିଖରେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ୫ କାଉନସିଲର। କଂଗ୍ରେସରୁ ଇସ୍ତଫା ଦେବାର ଠିକ୍ ୨ଦିନ ପରେ ସେମାନେ ପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ସେମାନଙ୍କ ଆବେଦନ ଆଧାରରେ ଭୋଟ୍‌ ପାଇଁ ଗତ ମାସ ୨୮ ତାରିଖରେ ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଥିଲେ। ନିର୍ବାଚିତ ଜନପ୍ରତିନିଧିମାନେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫ। ଦେବା ପରେ ଅନାସ୍ଥା ନୋଟିସ ଦେଇପାରିବେ ନାହିଁ ଦର୍ଶାଇ ରୁନୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନାସ୍ଥା ପ୍ରସ୍ତାବ ଭୋଟିଂ ଉପରେ ହାଇକୋର୍ଟ ରହିତାଦେଶ ଦେବାକୁ ମନା କରିଥିଲେ ମଧ୍ୟ ଅନ୍ୟାଦେଶ ପର୍ଯ୍ୟନ୍ତ ଫଳାଫଳ ଘୋଷଣା କରାଯାଇପାରିବ ନାହିଁ ବୋଲି କହିଥିଲେ। ଫଳାଫଳକୁ ଏକ ସିଲ୍ଡ କଭରରେ ରଖିବାକୁ କୋର୍ଟ ନିର୍ଦେଶରେ ସ୍ପଷ୍ଟ କରିଛନ୍ତି।

Related story