ପିପିଲିରେ ୭୧% ମତଦାନ, ୧୦ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ଅନୁଷ୍ଠିତ ହୋଇଛି । ମଇଦାନରେ ଥିବା ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଥିବାବେଳେ ପ୍ରାୟ ୭୧ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କୋଭିଡ୍ କଟକଣା ମଧ୍ୟରେ ସମସ୍ତ ବୁଥରେ ମତଦାନ ଶେଷ ହୋଇଛି ବୋଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି କୋଭିଡ୍ କଟକଣା ମଧ୍ୟରେ ମତଦାନ […]

evm-1

evm-1

Ordigital Desk
  • Published: Thursday, 30 September 2021
  • Updated: 30 September 2021, 10:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ଅନୁଷ୍ଠିତ ହୋଇଛି । ମଇଦାନରେ ଥିବା ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଥିବାବେଳେ ପ୍ରାୟ ୭୧ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କୋଭିଡ୍ କଟକଣା ମଧ୍ୟରେ ସମସ୍ତ ବୁଥରେ ମତଦାନ ଶେଷ ହୋଇଛି ବୋଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି କୋଭିଡ୍ କଟକଣା ମଧ୍ୟରେ ମତଦାନ ହୋଇଥିଲା । ୩୪୮ଟି ମତଦାନ କେନ୍ଦ୍ରରେ ନିର୍ବାଚନମଣ୍ଡଳୀର ପ୍ରାୟ ୭୧ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିବାବେଳେ ଆସନ୍ତା ୩ତାରିଖରେ ଭୋଟଗଣତି ହେବ । ଆଜି ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଥିବାବେଳେ ସକାଳ ୯ଟା ସୁଦ୍ଧା ମାତ୍ର ୭.୮୦ ପ୍ରତିଶତ ଭୋଟ୍ ପଡ଼ିଥିବାବେଳେ ଦିନ ସାଢ଼େ ୧ଟା ସୁଦ୍ଧା ୪୫.୩୨ ପ୍ରତିଶତ ଓ ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦% ଭୋଟ୍ ପଡ଼ିଥିବା ଜଣାପଡ଼ିଛି।

ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ଯେ, ଇଭିଏମ୍ ମେସିନରେ ତ୍ରୁଟି ଯୋଗୁ ନିର୍ବାଚନମଣ୍ଡଳୀର ୩ଟି ବୁଥ ଯଥା ୨୦୩, ୧୭୭ ଓ ୧୩୯(କ)ରେ ପ୍ରାୟ ୨ଘ । ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ପରେ ଦିନ ୧୦ଟା ସୁଦ୍ଧା ଆଉ ୭ଟି ବୁଥରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏସବୁ ବୁଥ୍ ଗୁଡ଼ିକ ହେଲା ୧୮୮,୧୭୩, ୧୬୯, ୧୬୭, ୧୬୧, ୧୫୮ ଓ ୧୫୪ ନମ୍ବର । ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଏସବୁ ସ୍ଥାନକୁ ବଳକା ଥିବା ଇଭିଏମ୍ ମେସିନ୍ ଯୋଗାଇ ଦିଆଯାଇଛି ଓ ତ୍ରୁଟିପୂର୍ଣ୍ଣ ଇଭିଏମକୁ ସଜଡ଼ା ଅବା ପରିବ ର୍ନ କରାଯାଇ ମତଦାନ ହୋଇଛି।

ସୂଚନାଯୋଗ୍ୟ, ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଗତବର୍ଷ ମୃତ୍ୟୁ ଯୋଗୁ ଏହି ଆସନରେ ଉପନିର୍ବାଚନ ହୋଇଛି। ନିର୍ବାଚନ ମଇଦାନରେ ୧୦ଜଣ ପ୍ରାର୍ଥୀ ଥିଲେ ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ ମୁଖ୍ୟତଃ ଲଢ଼େଇ ହୋଇଛି। ଚଳିତଥର କୋଭିଡ୍ କଟକଣା ମଧ୍ୟରେ ଭୋଟଗ୍ରହଣ ଶେଷ ହୋଇଛି। ମତଦାନ କେନ୍ଦ୍ରରେ ଭୋଟରଙ୍କ ସୁରକ୍ଷା ପାଇଁ ମାସ୍କ, ସାନିଟାଇଜର, ଗ୍ଲୋବସ୍ ଆଦି ପ୍ରଦାନ କରାଯାଇଥିଲା। କାଭାଁ ଗୋଟିଏ ଅବା ଦୁଇଟି ସ୍ଥାନକୁ ଛାଡ଼ିଲେ ଆଜି ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଶେଷଖବର ସୁଦ୍ଧା ପିପିଲିରେ ମତଦାନ ହାର ପ୍ରାୟ ୭୧ ପ୍ରତିଶତ ରହିଛି । ତେବେ ଆସନ୍ତାକାଲି ଏହାର ସଠିକ୍ ତଥ୍ୟ ମିଳିପାରିବ ବୋଲି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story